LIVE TV

ଛତ୍ରପୁର ପୋଲିସ ପକ୍ଷରୁ ୨୦ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ, ଦୁଇ ଅଟକ

NEWS7
Cracker Seized

ଛତ୍ରପୁର ୨୮୯: ଚାଉଳ ଗୋଦାମରୁ ବାଣ ଜବତ । ଛତ୍ରପୁର ପୋଲିସ ଦ୍ବାରା ତଢାଉ ବେଳେ ୩ଟି ସ୍ଥାନରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି । ଦୁଇ ଜଣକୁ ଅଟକ ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ଛତ୍ରପୁର ଏନଏସି ଅନ୍ତର୍ଗତ ୧୪ନଂ ୱାର୍ଡ ସାଇ ନଗର ନିକଟ ପାର୍କ ସାହିରେ ଥିବା ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରାଯାଇଛି l କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଚାନକ ଚଢ଼ଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ୨ରୁ ୩ ଲକ୍ଷ ଟଙ୍କା ହେବ । ବାଣ ଜବତ କରିବା ସହିତ ଦୋକାନୀକୁ ଅଟକ ରଖିଥିବା ସୂଚନା ମିଳିଛି । ଏହାପରେ ଉକ୍ତ ବ୍ୟକ୍ତି ଜଣକ ନିଜ ସମ୍ପର୍କୀୟଙ୍କ ଅନ୍ୟ ଏକ ଘରେ ରଖିଥିବା ବାଣକୁ ଜବତ କରିଛି ପୋଲିସ । ସେଠାରୁ ୫ ଲକ୍ଷ ବାଣ ଜବତ କରିଛି ପୋଲିସ । ପରେ ଅନ୍ୟ ଜଣେ ବ୍ୟକ୍ତି ବେଆଇନ ଭାବେ ରଖିଥିବା ବାଣ ଜବତ ହୋଇଛି । ଏହି ତିନୋଟି ସ୍ଥାନରେ ୨୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଛି । ଏହି ଚଢ଼ାଉରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମାଜିଷ୍ଟ୍ରେଟ୍ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ ଏବଂ ପୋଲିସ ଫୋର୍ସ ସାମିଲ ଥିଲେ l