LIVE TV

ପରଲୋକରେ ଭେଟରାନ ବିଜେପି ନେତା, ୯୪ ବର୍ଷରେ ଆଖିବୁଜିଲେ

NEWS7
bjp leader vijay

ନୂଆଦିଲ୍ଲୀ ୩୦/୦୯: ପରଲୋକରେ ଭେଟରାନ ବିଜେପି ନେତା ବିଜୟ ମଲହୋତ୍ରା । ୯୪ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସରେ ଆଖି ବୁଜିଲେ । ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ପ୍ରଫେସର ମଲହୋତ୍ରାଙ୍କ ଜୀବନ ସରଳତା ଏବଂ ଜନସେବା ପାଇଁ ଉତ୍ସର୍ଗୀକୃତ ଥିଲା ।

ଜନସଂଘ ସହିତ ରହିବା ସମୟରୁ ସେ ଦିଲ୍ଲୀରେ ସଂଘର ବିଚାରଧାରାକୁ ପ୍ରସାର କରିବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଜୀବନ ସର୍ବଦା ସମସ୍ତ ବିଜେପି କର୍ମୀଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିବ। ଜନସଂଘ ଯୁଗରୁ ଦିଲ୍ଲୀରେ ଆରଏସଏସ ବିଚାରଧାରାର ପ୍ରସାର ପାଇଁ ପ୍ରଫେସର ବିଜୟ କୁମାର ମଲହୋତ୍ରା ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କ ପ୍ରୟାସ ଦିଲ୍ଲୀରେ ଦଳକୁ ମଜବୁତ କରିବାରେ ସାହାଯ୍ୟ କରିଥିଲା। ୪୫ ବର୍ଷର ରାଜନୈତିକ କ୍ୟାରିଅରରେ ୫ ଥର ସାଂସଦ, ୨ ଥର ବିଧାୟକ । ଦିଲ୍ଲୀରେ ବିଜେପିକୁ ସୁଦୃଢ଼ କରିବାରେ ଅଗ୍ରଣୀ ଭୂମିକା ଥିଲା । ୧୯୯୯ ନିର୍ବାଚନରେ ମନମୋହନ ସିଂହଙ୍କୁ ହରାଇଥିଲେ