ଭୁବନେଶ୍ୱର : ଭଉଣୀର ଜୀବନ ଥିଲା ଭାଇ। ପୁଅ ଝିଅ ଥିଲେ ବାପାର ଜୀବନ। ସେଥିପାଇଁ ବୋଧହୁଏ ଅଭାଗିନୀ ମାଆକୁ ଏକୁଟିଆ କରିଦେଇ ପୁଅ ଝିଅକୁ ସାଙ୍ଗରେ ଧରି ଚାଲିଗଲେ ବାପା। ଆବାକ ହୋଇ ରହିଛି ମାଆ। ନା କାନ୍ଦି ପାରୁଛି , ନା କାହାକୁ ଖୋଜୁଛି। ଖାଲି କହୁଛି କେତେ କଷ୍ଟ ହୋଇଥିବ ମୋ ଛୁଆକୁ। ଏ ହେଉଛି ସ୍ୱାମୀ ଓ ଦୁଇ ଛୁଆକୁ ହରାଇଥିବା ସେହି ମାଆ ଓ ସ୍ତ୍ରୀର ଯନ୍ତ୍ରଣା। ସେ ତାର ସର୍ବସ୍ୱ ହରାଇଲା...ସ୍ୱାମୀ ପିଲା ସବୁ କିଛି...

ଇଏ ସେହି ମାଆ । ଯାହାର ସଂସାର ଭାସିଯାଇଛି ସେହି ନାଳ ପାଣିରେ। ମଙ୍ଗଳବାର ମଧ୍ୟାହ୍ନରେ ଭଉଣୀ ରାଧା, ଭାଇ ଶିବକୁ ଫୋନ କରି ଭାରି ଖୁସିରେ କହିଥିଲା। ଭାଇ ଟିକେଟ କନଫର୍ମ ହୋଇ ଯାଇଛି ଆସେ ଯିବା। ସେତେବେଳେ ଶିବ ଥିଲେ ନିଜ ଶ୍ୱଶୂର ଘର ବେଗୁନିଆରେ । ଭଉଣୀ ଫୋନ ପାଇ ସାରିବା ପରେ ଶିବ ତାଙ୍କ ପତ୍ନୀ ବିସ୍ମୟୀଙ୍କୁ ଜଣାଇଥିଲେ। ମାତ୍ର ସେ ରାଜି ହୋଇ ନଥିଲେ ଯିବାକୁ। ତାପରେ ଶିବ ନିଜ ୭ ବର୍ଷର ଝିଅକୁ ସାଙ୍ଗରେ ଧରି ଯିବାକୁ ଜିଦି କରିଥିଲେ। ହେଲେ 10 ବର୍ଷର ପୁଅକୁ ଛାଡ଼ିବାକୁ ମାଆ ଅରାଜି ହୋଇଥିଲେ। ମାତ୍ର ଭାଇକୁ ସାଙ୍ଗରେ ନେଇ ଯିବାକୁ ଝିଅଟି ଅଳି କରିଥିଲା। ପତକ୍ନୀ ବିସ୍ମୟୀଙ୍କର ଏତେ ଅଭିମାନ ଥିଲା ଯେ, ସେ ସେମାନଙ୍କ ବ୍ୟାଗ ମଧ୍ୟ ପ୍ୟାକ କରି ନଥିଲେ। ତାଙ୍କୁ ବାରମ୍ବାର ତାଗିତ କରିଥିଲେ ତମେ ଯାଅନି। ହେଲେ ତାଙ୍କ କଥା ନ ଶୁଣି ସ୍ତ୍ରୀକୁ ଏକା ଛାଡ଼ି ଦେଇ, ବୁଧବାର ପୁଅକୁ ଧରି ଭୁବନେଶ୍ୱର ଆସିଥିଲେ ଶିବ। ରାତିରେ ବାହାରି ପଡ଼ିଥିଲେ ମଧ୍ୟ ପ୍ରଦେଶ। ଶୁକ୍ରବାର ରାତି 10ଟାରେ ପୁଅ ସହ ଶେଷ ଥର ପାଇଁ କଥା ହୋଇଥିଲେ ମାଆ। ତାପରେ ଭାସି ଯାଇଥିଲା ତାଙ୍କ ସଂସାର।

ରବିବାର ରାତିରେ ମୃତ ୭ ଓଡ଼ିଆଙ୍କ ମର ଶରୀର ଆସି ପହଞ୍ଚିଥିଲା ଜୟଦେବ ବିହାର ବାସ ଭବନରେ। ତାପର ଦୃଶ୍ୟ ବେଶ୍ ବେଦନା ଦାୟକ। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ। କାନ୍ଦି କାନ୍ଦି ନୟାନ୍ତ ପରିବାର, ଝୁରି ହେଉଛନ୍ତି ସାହି ପଡ଼ିଶା...। ପିଲା , ସ୍ୱମୀ ତ କିଏ ପୁଅ ଝିଅ ନାତି ନାତୁଣୀଙ୍କୁ ହରାଇ ପାଗଳ ପ୍ରାୟ। ଏହାରି ଭିତରେ ଆହୁରି ଏକ ଦୁଃଖ, ନୂଆ କରି ଗଢ଼ିବାକୁ ଯାଉଥିବା ଏକ ସଂପର୍କ ବି ଭାଙ୍ଗି ଯାଇଛି। ଆସନ୍ତା 27ରେ ବନମାଳୀ ବେହେରାଙ୍କ ସାନ ଝିଅ ରାଧାରଣୀଙ୍କ ନିର୍ବନ୍ଧ ହୋଇଥାନ୍ତା, ତାପରେ ବାହାଘର । ହେଲେ ସବୁ ସ୍ୱପ୍ନ ରହିଗଲା ଅଧାରେ...

 Also Read- ଏକାଠି ଜଳିଲା ସାତ ଜୁଇ, କାନ୍ଦବୋବାଳିରେ ଫାଟିଲା ଜୟଦେବ ବିହାରରୁ ସ୍ୱର୍ଗଦ୍ୱାର ଯାଏଁ...

ଜୟଦେବବିହାରର ଜଣଶୁଣା ଢାବା ମାଲିକ ବନମାଳି ବେହେରା। ବନାଙ୍କ ପୁଅ, ଦୁଇ ଦୁଇଟି ଝିଅ, ଜ୍ବାଇଁ ଏବଂ ତିନି ନାତି ନାତୁଣୀ ଯାଇଥିଲେ ମଧ୍ୟପ୍ରଦେଶର ବଗଲାମୁଖୀ ମନ୍ଦିର। ସେଠାରେ ଏକ ମାନସିକ ପୂଜା ଥିଲା। ପୂଦଜା ତ ପୂରଣ ହେଲା ହେଲେ ଫେରିଲେନି ଆଉ ପୁଅ ଝିଅ। ବଗଳାମୂଖୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନାଳ କଡକୁ ଖସି ପାଣି ଭିତରେ ଭାସି ଯାଇଥିଲା କାର୍। ଗାଡିରେ ଥିବା ବନାଙ୍କ ୭ ପିଲାଙ୍କ ସମେତ ଗାଡି ଚାଳକର ଅକାଳ ମୃତ୍ୟୁ ଘଟିଥିଲା। ସେମାନଙ୍କ ମର ଶରୀରର ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ସୋମବାର ଭୋରୁ ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି, ୭ ଟି ଜୁଇ । ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ,ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏବେ ଖାଲି ଭଗବାନଙ୍କ ପାଖରେ ସେ ନିଜ ପିଲା ନାତିନାତୁଣୀ ହରାଇଥିବା ବନା ଓ ତାଙ୍କ ପତ୍ନୀ। ଆଉ ନିଜର ସର୍ବସ୍ୱ ହରାଇଥିବା ସେ ପତ୍ନୀ ଓ ପରିବାରକୁ ଭଗବାନ ଧର୍ଯ୍ୟ ଓ ସାହାସ ଦିଅନ୍ତୁ।