ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ "ସୁନୟନା ଚାରିଟେବୁଲ୍ ଟ୍ରଷ୍ଟ" ଦ୍ଵାରା ପଞ୍ଚମ ପଦ୍ମାବତୀ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଦ୍ମଶ୍ରୀ ଶ୍ରୀମତୀ କୁମ୍‌କୁମ୍‌ ମହାନ୍ତି, ପଦ୍ମଶ୍ରୀ ଦୂର୍ଗାଚରଣ ରଣବୀର, ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା, ଶ୍ରୀମତୀ ସୂଚୀସ୍ମିତା ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଉପନିର୍ଦ୍ଦେଶକ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ଵଳନ କରି ନିଜ କରି ନିଜର ବକ୍ତୃତା ଦେବା ସହ ସୁନୟନା ଚାରିଟେବୁଲ୍ ଟ୍ରଷ୍ଟର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ମୀରା ଦାସଙ୍କୁ ପଞ୍ଚମ ପଦ୍ମାବତୀ ସମ୍ମାନରେ ସମ୍ମାନ ସମ୍ମାନୀତ କରିଯାଇଥିଲା ଏବଂ ମାନପ‌ତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ପରେ ପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ମୀରା ଦାସ ଏକକ ଅଭିନୟ ପରିବେଷଣ କରିଥିଲେ । ତାପରେ କଥକ ନୃତ୍ୟ ଶିଳ୍ପୀ ଶୈବାଳୀ ରାଉତ, ବର୍ଷା ପ୍ରୀୟଦର୍ଶିନୀ ଷଡ଼ଙ୍ଗୀ ବିମୋହନା ଓଡ଼ିଶୀ ଅନୁଷ୍ଠାନ ଦ୍ଵାରା ପରିବେଷଣ ହୋଇଥିଲା ।

​​​​​​​

ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ଗୁରୁ ଶ୍ରୀମତୀ ସାଗରୀକା ପରିଡ଼ାଙ୍କର ତତ୍ତ୍ୱାବଧାନରେ ଏକ ବୃନ୍ଦ ନୃତ୍ୟ ପରିବେଷଣ ହୋଇଥିଲା । ଶ୍ବାତୀ ଶ୍ରୋତଶ୍ବୀନୀ ସିଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ପରେ ଓଡ଼ିଶୀ ନୃତ୍ୟ କ୍ରିଏସନ ତରଫରୁ ବୃନ୍ଦନୃତ୍ୟ ନାଟିକା ପରିଶେଷରେ ଅନୁଷ୍ଠାନ ତରଫରୁ ଫୋକ୍ ନୃତ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ନିର୍ଦ୍ଦେଶିକା ଗୁରୁ ଶ୍ରୀମତୀ ସାଗରିକା ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ ଏହା ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ଶ୍ରୀନିବାସ ଘଟୁଆରୀ।