ନୂଆଦିଲ୍ଲୀ ୧୯।୦୪; ଜାପାନରେ ଭୂକମ୍ପ ଝଟକା । ଶନିବାର ଏକ ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଛିନାଗାନୋ ପ୍ରଦେଶରେ । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରେକର୍ଡ କରାଯାଇଛି । ଜାପାନ ପାଣିପାଗ ସଂସ୍ଥା (ଜେଏମଏ) ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ନ ୧:୨୦ ମିନିଟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ମାତ୍ର ୧୦ କିଲୋମିଟର ଗଭୀରରେ ଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓମାଚି ସହରରେ ସର୍ବାଧିକ କମ୍ପନ ଅନୁଭୂତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆହତଙ୍କ ସୂଚନା ମିଳିନାହିଁ ।

ରିପୋର୍ଟ ଅନୁଯାୟୀ, ଜାପାନର ସିସମିକ୍ ଇଣ୍ଟେନସିଟି ସ୍କେଲରେ ଏହାର ମାତ୍ରା '୫-ଉପରେ' ରେକର୍ଡ କରାଯାଇଛି। ଯାହା ଚାଲିବା କିମ୍ବା ସ୍ଥିର ରହିବାରେ ବାଧା ସୃଷ୍ଟି କରିବା ପାଇଁ ଯଥେଷ୍ଟ । ଏହି ଶକ୍ତିଶାଳୀ ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତଥାପି, ପ୍ରଶାସନ ପକ୍ଷରୁ ପ୍ରାଥମିକ ଯାଞ୍ଚ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏବଂ କୌଣସି ସମ୍ପତ୍ତି ନଷ୍ଟ ହୋଇନଥିବା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ପାଇଁ ରିଲିଫ୍ ଓ ସୁରକ୍ଷା କାର୍ଯ୍ୟ ଜାରି ରହିଛି ।

ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରି ପ୍ରଧାନମନ୍ତ୍ରୀ ତାକାଇଚି କହିଛନ୍ତି, "କ୍ଷୟକ୍ଷତିର ପରିମାଣ ଆକଳନ କରିବା, ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ସମ୍ପର୍କିତ ବିଷୟଗୁଡ଼ିକର ସମାଧାନ କରିବା ପାଇଁ ମୁଁ ନିର୍ଦ୍ଦେଶ ଜାରି କରିଛି।" ଯେଉଁ ଅଞ୍ଚଳର ବାସିନ୍ଦାମାନେ ଅଧିକ କମ୍ପନ ଅନୁଭବ କରିଛନ୍ତି, ସେମାନଙ୍କୁ ମୁଁ ପରବର୍ତ୍ତୀ ସମୟରେ ସମାନ ତୀବ୍ରତାର ଭୂକମ୍ପ ହେବାର ସମ୍ଭାବନା ପାଇଁ ସତର୍କ ରହିବାକୁ ଅନୁରୋଧ କରୁଛି। ଜାପାନ ପାଣିପାଗ ସଂସ୍ଥା ଘୋଷଣା କରିଛି ଯେ ଏହି ଭୂମିକମ୍ପ ଫଳରେ ସୁନାମି ଆସିବାର କୌଣସି ଆଶଙ୍କା ନାହିଁ।

Also Read-କିଭ ସୁପରମାର୍କେଟରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଅନ୍ଧାଦୁନିଆ ଗୁଳିମାଡ଼ ପରେ ଅନେକ ବନ୍ଧକ