ନୂଆଦିଲ୍ଲୀ: ଏକ ନିଶ୍ଚିତ ଅନ୍ତରାଳରେ ଗ୍ରହମାନଙ୍କର ପରିବର୍ତ୍ତନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ସିଧା ପ୍ରଭାବ ଦେଶ ଦୁନିଆ ସହ ୧୨ଟି ରାଶି ଉପରେ ପଡ଼ିଥାଏ। ବୁଦ୍ଧି, ତର୍କ, ବାଣିଜ୍ୟ ଓ ଯୋଗାଯୋଗର କାରକବୁଧ୫ ଅଗଷ୍ଟ ୨୦୨୬ ସନ୍ଧ୍ୟାରେ ଚନ୍ଦ୍ରଙ୍କ ରାଶିକର୍କରେ ପ୍ରବେଶ କରିଛନ୍ତି। ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ ରହିବେ। କର୍କ ରାଶି ବୁଧରେ ବିରାଜମାନ ହେବା କାରଣରୁ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି। ଯାହାର ସକରାତ୍ମକ ପ୍ରଭାବ ବିଶେଷ କରି ୫ଟି ରାଶିର ଜାତକଙ୍କ ଉପରେ ପଡ଼ିବ। ଏହି ସମୟରେ ସେମାନଙ୍କୁ କ୍ୟାରିୟର, ବ୍ୟବସାୟ, ଆର୍ଥିକ ସ୍ଥିତି ଓ ପାରିବାରିକ ଜୀବନରେ ଭଲ ଫଳ ମିଳିପାରେ। କେଉଁ କେଉଁ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା।

ମେଷ ରାଶି- ବୁଧଙ୍କ ଏହି ଗୋଚର ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଖୁସି ଆସିବ। ଜମି, ଘର, ଯାନବାହନ କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ଅଟକିଥିବା କାମ ଆଗକୁ ବଢ଼ିପାରେ। ପରିବାରର ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିକୁ ପ୍ରଶଂସା କରାଯିବ। ବ୍ୟବସାୟରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ।

ମିଥୁନ ରାଶି- ମିଥୁନ ରାଶିର ଜାତକଙ୍କ ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟିରୁ ଶୁଭ ରହିବ। ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ଫେରି ମିଳିବାର ସମ୍ଭାବନା ରହିଛି। ମିଥୁନ ରାଶି ବ୍ୟକ୍ତିଙ୍କ ଗୁରୁତ୍ୱ ବଢ଼ିବ। ଯାହା ଦ୍ୱାରା ଲୋକମାନେ ଆପଣଙ୍କ ଭାବନାରେ ପ୍ରଭାବିତ ହେବେ। ଯୋଗାଯୋଗ କୌଶଳ ଯୋଗୁଁ ଚାକିରି ଓ ବ୍ୟବସାୟରେ ସଫଳତା ମିଳିପାରେ।

ମକର ରାଶି- ମକର ରାଶିର ଜାତକଙ୍କ ପାଇଁ ବୁଧଙ୍କ ଏହି ଗୋଚର ସହଭାଗୀତାରେ କରୁଥିବା କାର୍ଯ୍ୟରେ ଭଲ ଲାଭ ଦେଇପାରେ। ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନିଜର ଠିକ୍ ନିଷ୍ପତ୍ତି ନେବାର କ୍ଷମତା ଓ କଥାବାର୍ତ୍ତାର କୌଶଳ ଦ୍ୱାରା ଆପଣ ଅନେକ ସମସ୍ୟାର ସମାଧାନ କରିପାରିବେ। ଦୀର୍ଘଦିନ ଧରି ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବାକୁ ଲାଗିବ।

କନ୍ୟା ରାଶି- କନ୍ୟା ରାଶିର ସ୍ୱାମୀ ବୁଧ ହୋଇଥିବାରୁ ଏହି ଗୋଚର ଏହି ରାଶି ପାଇଁ ବହୁତ ଶୁଭ ବୋଲି ଯାଉଛି। ଦୀର୍ଘଦିନ ଧରି ଅପେକ୍ଷା କରୁଥିବା ସୁଯୋଗ ଏହି ସମୟରେ ମିଳିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପରିଚୟ ହେବ, ଯାହା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ। କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ।

ତୁଳା ରାଶି- ତୁଳା ରାଶିର ଜାତକଙ୍କ ପାଇଁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଖୁବ୍ ବଲ ରହିବ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ଉଚ୍ଚପଦସ୍ଥଙ୍କ ସହଯୋଗ ମିଳିବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି, ନୂଆ ଦାୟିତ୍ୱ କିମ୍ବା ବଡ଼ ପ୍ରକଳ୍ପରେ ସାମିଲ ହେବାର ଯୋଗ ରହିଛି। ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

Also Read- ସୂର୍ଯ୍ୟ ପରାଗ ପୂର୍ବରୁ ମଙ୍ଗଳ-ଶନିଙ୍କ ଆତଙ୍କ ! ଏହି ୫ଟି ରାଶିର ହୋଇପାରେ ଅମଙ୍ଗଳ