ଭୁବନେଶ୍ବର: ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର PRASHAD ଯୋଜନା ଅଧୀନରେ ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିର ପରିସରର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ପ୍ରକଳ୍ପ ମାଧ୍ୟମରେ ମନ୍ଦିର ପରିସରରେ ଆଧୁନିକ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧାର ବିକାଶ ସହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ସୃଷ୍ଟି ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ବିକାଶ ସହ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଖିଚିଂର ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ଦ୍ୱାରା ମୟୂରଭଞ୍ଜର ଧାର୍ମିକ ପର୍ଯ୍ୟଟନ ସହ ଅଞ୍ଚଳର ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

Also Read: ‘PRAGATI 50’ରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ, ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାରେ ମଡେଲ୍ ସହର ଭାବେ ହେବ ବିକାଶ