PM Modi on 2026 Bengal pollପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଶାଳ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଖବର ଲେଖାଯିବା ସୁଦ୍ଧା ଦଳ ୮୬ ଆସନରେ ବିଜୟୀ ହୋଇଥିବା ବେଳେ ୧୧୮ଆସନରେ ଆଗୁଆ ରହିଛି। ଏନେଇ ଖୁସୀ ବ୍ୟକ୍ତ କରିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଏଥିପାଇଁ ବଙ୍ଗଳାର ବିଜେପି କର୍ମୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏବଂ କହିଛନ୍ତି ଯେ୨୦୨୬ବିଧାନସଭା ନିର୍ବାଚନ ସବୁଦିନ ପାଇଁ ମନେ ରହିବ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ପଶ୍ଚିମବଙ୍ଗରେ ଫୁଟିଲା ପଦ୍ମ।ଏକ୍ସରେ ଦୁଇଟି ଅଲଗା ଅଲଗା ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି।

"ପଶ୍ଚିମ ବଙ୍ଗରେ ପଦ୍ମ ଫୁଟିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁଦିନ ପାଇଁ ମନେ ରହିବ। ଜନଶକ୍ତି ବିଜୟୀ ହୋଇଛି ଏବଂ ବିଜେପିର ସୁଶାସନ ରାଜନୀତି ବିଜୟୀ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଣାମ କରୁଛି। ଜନତା ବିଜେପିକୁ ଏକ ଚମତ୍କାର ଜନାଦେଶ ଦେଇଛନ୍ତି ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆମ ଦଳ ପଶ୍ଚିମବଙ୍ଗର ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବ। ଆମେ ଏପରି ଏକ ସରକାର ଦେବୁ ଯାହା ସମାଜର ସମସ୍ତ ବର୍ଗକୁ ସୁଯୋଗ ଏବଂ ସମ୍ମାନ ସୁନିଶ୍ଚିତ କରିବ।"

Also Read- Mamata Banerjee Political Journey: ଷ୍ଟ୍ରିଟ୍ ଫାଇଟରରୁ ଦିଲ୍ଲୀ ଦରବାର, ମମତା ବାନାର୍ଜୀଙ୍କ ସଂଘର୍ଷର କାହାଣୀ ଏବଂ ଜାତୀୟ ରାଜନୀତିରେ ବଡ଼ ସ୍ୱପ୍ନ

ବେଙ୍ଗଲରେ ବିଜେପିର ବିଜୟ ସହଜ ନଥିଲା। ଦଳୀୟ କର୍ମକର୍ତ୍ତଙ୍କ କଠିନ୍ନ ପରିଶ୍ରମ ପାଇଁ ଦଳ ଏହି ବିଜୟ ପାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ମୋଦୀ ଟ୍ୱିଟ୍ କରି ଲେଖିଛନ୍ତିପିଢ଼ି ପରେ ପିଢ଼ି ଅଗଣିତ କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସ ଏବଂ ସଂଘର୍ଷ ବିନା ପଶ୍ଚିମବଙ୍ଗରେ ବିଜେପିର ରେକର୍ଡ ବିଜୟ ସମ୍ଭବ ହୋଇପାରିନଥାନ୍ତା। ମୁଁ ସେମାନଙ୍କୁ ସମସ୍ତଙ୍କୁ ସାଲ୍ୟୁଟ୍ କରୁଛି। ବର୍ଷ ବର୍ଷ ଧରି ସେମାନେ ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିଛନ୍ତି,ସମସ୍ତ ପ୍ରକାରର ପ୍ରତିକୂଳତାକୁ ଦୂର କରିଛନ୍ତି ଏବଂ ଆମର ବିକାଶ ଏଜେଣ୍ଡା ବିଷୟରେ କହିଛନ୍ତି। ସେମାନେ ଆମ ଦଳର ଶକ୍ତି।

ବେଙ୍ଗଲରେ ବିଜେପି ୨୦୦ ପାର୍!

ବର୍ତ୍ତମାନ ସୁଦ୍ଧା ଗଣନା ଜାରି ରହିଥିବା ବେଳେବିଜେପି ୨୦୦ରୁ ଅଧିକ ଆସନରେ ଆଗରେ ରହିଛି। ଏବଂ ମମତା ବାନାର୍ଜୀଙ୍କ ଟିଏମସି ମାତ୍ର ଦୁଇ ଅଙ୍କରେ ପଛରେ ରହିଯାଇଛି।

ମମତାଙ୍କ ପରାଜୟର କାରଣ ଶାସନ ଲୋକଙ୍କର ଶାସନ ବିରୋଧୀ ହାୱାକୁ ପ୍ରତିଫଳିତ କରୁଛି।ସହରୀ ଭୋଟରମାନେ ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ଶାସନରେ ଅସନ୍ତୁଷ୍ଟ ଥିଲେ। ତାଛଡ଼ା ଟିଏମ୍ସି ସହିତମୁସ୍ଲିମ ତୃଷ୍ଟିକରଣ ରାଜନୀତି ଯୋଡ଼ି ହୋଇଥିବାରୁ ବହୁ ସଂଖ୍ୟକଙ୍କ ଭୋଟ୍ ମମତାଙ୍କୁ ହରାଇ ଦେଇଥାଇପାରେ ବୋଲି କୁହାଯାଉଛି।