କାରରୁ ଜବତ ହେଲା ୨୦ ଲକ୍ଷ ଟଙ୍କା, ପୋଲିସ ଚେକିଂ ବେଳେ ଧରାପଡ଼ିଲା

Published By : Prameya-News7 Bureau | May 03, 2024 IST

ବଡ଼ବିଲ: କାରରୁ ଜବତ ହେଲା ୨୦ ଲକ୍ଷ ଟଙ୍କା। ବଡ଼ବିଲ ଭଦ୍ରାସାହି ଥାନାଞ୍ଚଳ ଛକଠାରେ ପୋଲିସ୍ ଚେକିଂ ବେଳେ ଏକ କାରରୁ ଏହି ଟଙ୍କା ଜବତ ହୋଇଛି। ଟଙ୍କା ସହ କାର୍‌ରେ ଯାଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ତନାଘନା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ୨ଟି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଏକ ବିଜ୍ରା କାର୍‌ କୋଇଡ଼ା ଅଭିମୁଖେ ଯାଉଥିବା ସମୟରେ ଧରିଥିଲା ପୋଲିସର ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ । ଏହା ପରେ କାରରେ ଯାଉଥିବା ଅବିନାଶ କୁମାର ମିଶ୍ର ଏବଂ କାର୍‌ ଡ୍ରାଇଭର ହେମନ୍ତ ସିଂ ରାଠୋରକୁ ଅଟକ ରଖି ପୋଲିସ୍ ପଚରା ଉଚରା ମଧ୍ୟ କରାଯାଇଥିଲା। 

ଅଟକ ବ୍ୟକ୍ତିଙ୍କ କହିବା କଥା ଏହି ଟଙ୍କା ପୱନ୍ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥାର । ସେମାନେ ଆଇସିଆଇ ବ୍ୟାଙ୍କ୍ ଯୋଡ଼ା ଶାଖାରୁ ଟଙ୍କା ଉଠାଇ କୋଇଡ଼ା ଅଫିସକୁ ନେଉଥିଲେ । ଅନ୍ୟପଟେ ଆଇସିଆଇ ବ୍ୟାଙ୍କ୍ ଯୋଡ଼ା ଶାଖାର ଅଧିକାରୀ ବଡ଼ବିଲ ଥାନାରେ ପହଞ୍ଚି ଟଙ୍କା ଉଠାଣ ହୋଇଥିବା କଥା ସ୍ବୀକାର କରିଛନ୍ତି।

ତେବେ ବର୍ତ୍ତମାନ ଜବତ ହୋଇଥିବା ଟଙ୍କାକୁ କେନ୍ଦୁଝର ଟ୍ରେଜେରୀ ଡିପୋଜିଟ କରାଯିବା ସହ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

ସୂଚନାଥାଉକି, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଜାରି ରହିଛି । ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ ନେଇ ବେଶ୍‌ ସତର୍କ ଅଛି ପୋଲିସ। ଆହୁରି ମଧ୍ୟ କୌଣସି ପ୍ରକାର ବେଆଇନ ଟଙ୍କା କାରବାରକୁ ରୋକିବା ପାଇଁ ପୋଲିସ ତତ୍ପର ରହିଛି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ମଧ୍ୟ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.