ଝାରସୁଗୁଡ଼ା: ବିଜେଡି ନେତା ବିଶାଳ ଦାସଙ୍କୁ ୪ ଘଣ୍ଟା ଜେରା ପରେ ଛାଡ଼ିଲେ IT ଅଧିକାରୀ। ବିଶାଳଙ୍କ ପିଏ ସିଦ୍ଧାର୍ଥ ନାଥକୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି ଆଇଟି ଅଧିକାରୀ। ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର ଓ ଭୁବନେଶ୍ୱରରେ ଚଢ଼ାଉରେ ସାମିଲ ଥିଲେ ୪ଟି ଟିମ। ୪ ଟିମ୍ରେ ୧୫ ଅଧିକାରୀ ସାମିଲ ଅଛନ୍ତି।
ସୂଚନାଥାଉକି, ଶୁକ୍ରବାର ଅପରାହ୍ନ ୩ଟାରେ ବିଶାଳଙ୍କ ଘର ସହ ଏକ ହୋଟେଲରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ କେତେ ଅର୍ଥ ଜବତ ହୋଇଛି ତାହା ଜଣାପଡ଼ିନଥିବାବେଳେ ବିଶାଳଙ୍କ ଅନ୍ୟ ସହଯୋଗୀ ଆଶିଷ ଦାସଙ୍କ କୋଲାବିରା ଘରେ ସନ୍ଧ୍ୟା ୫ଟାରୁ ରେଡ ଜାରି ରହିଛି।
ବିଶାଳ ଦାସଙ୍କୁ ମେ ଫେୟାର ହୋଟେଲରେ ୪ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା ଆଇଟି ଟିମ୍ । ବିଶାଳଙ୍କୁ ଆଇଟି ଟିମ୍ର ଜେରା ଖବର ପାଇ ବିଜେଡି ନେତାମାନେ ହୋଟେଲରେ ପହଞ୍ଚି ଥିଲେ । ବିଜେଡି ନେତା ମାନେ କହିଛନ୍ତି ଆଇଟି ସମ୍ପର୍କରେ ପଚରାଉଚରା କରାଯାଇଥିଲା। ବିଶାଳ ଦାସଙ୍କ ଘରେ ଆଇଟି ରେଡକୁ ନେଇ ଝାରସୁଗୁଡ଼ାରେ ଆଲୋଚନାର ବିଷୟ ପାଲଟିଛି।