ବିଭବ କୁମାର କିଏ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ତାଙ୍କର ସମ୍ପର୍କ କ’ଣ?

Published By : Prameya-News7 Bureau | May 17, 2024 IST

News7

ନୂଆଦିଲ୍ଲୀ: ସ୍ୱାତୀ ମାଲିଓ୍ୱାଲ ପ୍ରସଙ୍ଗକୁ ନେଇ ଦିଲ୍ଲୀ ରାଜନୀତି ସରଗରମ। ବିଭବ କୁମାରଙ୍କୁ ନେଇ ଅକଳରେ ଆପ୍ ସରକାର। ଟେନସନରେ କେଜ୍ରିଓ୍ୱାଲ। କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ସିଏମ୍ର ସହଯୋଗୀ ବିଭବ କୁମାର ତାଙ୍କୁ ମାଡ ଓ ଅସଦାଚରଣ କରିଥିବା ଆମ୍ ଆଦମୀ ଦଳର ସାଂସଦ ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। 

ମାଲିୱାଲଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରେ କୁହାଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଅନେକ ଥର ଚାପୁଡ଼ା ମାରିଥିଲେ ଏବଂ ତାଙ୍କୁ ସାତ-ଆଠ ଥର ଗୋଇଠା ମାରିଥିଲେ। ଯେତେବେଳେ ମୁଁ ସାହାଯ୍ୟ ପାଇଁ ଚିତ୍କାର କଲି ସେତେବେଳେ ବିଭବ ଆକ୍ରମଣ କରିଚାଲୁଥିଲେ। 

କେଜ୍ରି ସରକାରଙ୍କୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଏ ବିଭବ କୁମାର କିଏ ? କେଜ୍ରିଓ୍ୱାଲଙ୍କ ସହ ତାଙ୍କର ସମ୍ପର୍କ କଣ? ଯଦି ଆମେ ଉତ୍ତର ଜାଣିବା- ଦିଲ୍ଲୀ ସିଏମଙ୍କ ରାଇଟ୍ ହ୍ୟାଣ୍ଡ୍। 

କେଜ୍ରିୱାଲ ଏବଂ ବିଭବଙ୍କ ମଧ୍ୟରେ ବନ୍ଧୁତା ବହୁ ବର୍ଷ ପୁରୁଣା। ୨୦୧୫ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ହୋଇଥିବା ବିଭବ କୁମାର ଦୀର୍ଘ ଦିନ ଧରି ସିଏମଙ୍କ ସହ ଅଛନ୍ତି। ବିଭବଙ୍କ ଘର ବିହାର।

ବିଭବ କୁମାର ଜଣେ ଭିଡିଓ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ। ସେ ଅରବିନ୍ଦଙ୍କୁ ଭେଟି ଇଣ୍ଡିଆ ଏଗନେଷ୍ଟ କରପ୍ସନ୍ ପତ୍ରିକା ପାଇଁ କାମ କରିବା ଆରମ୍ଭ କରିଥିଲେ। ଇଣ୍ଡିଆ ଏଗନେଷ୍ଟ କରପ୍ସନ୍ ସଂସ୍ଥା ୨୦୧୧ ମସିହାରେ ଦେଶରେ ଦୁର୍ନୀତି ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା। ଆରମ୍ଭରୁ ଅରବିନ୍ଦଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଦେଖୁଥିଲା| ସରକାର ଗଠନ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀ ତଦାରଖ କରୁଥିଲେ। ତେବେ ଭିଜିଲାନ୍ସ ବିଭାଗ କିଛି ସପ୍ତାହ ପୂର୍ବରୁ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.