LIVE TV

ହାତ ଧରା ଧରି ହୋଇ ପାର୍ ହେଉଥିଲେ ରେଳ ଲାଇନ୍, ଦୁଇ ଭାଇଙ୍କୁ ଡାକିନେଲା ଲୌହଦାନବ

NEWS7
train

ରାଉରକେଲା ୨୪/୦୯: ଏମିତି ବି ଆସେ ମୃତ୍ୟୁ । ଡକାଡକି ହୋଇ ଚାଲିଗଲେ ଦୁଇ ଭାଇ । ଘରେ ଛିଡିଗଲା ଦୁଃଖର ପାହାଡ । ଭେଣ୍ଡିଆ ପିଲାଙ୍କୁ ହରାଇ ବାହୁନି କାନ୍ଦୁଛନ୍ତି ପରିବାର ।ରାଉରକେଲା ରେଳ ଷ୍ଟେସନ ନିକଟ ହରିପୁର ବସ୍ତି ରେଳ ଧାରଣାରେ ଘଟିଛି ଏହି ଘଟଣା । ବରସୁଆଁ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କାରେ ଦୁଇ ଭାଇଙ୍କ ଜୀବନ ଯାଇଛି । ବଡ ଭାଇ ରଞ୍ଜନ ପାତ୍ର ବୟସ ୧୭ ବର୍ଷ ହୋଇଥିବାବେଳେ ସାନ ଭାଇ ଦେବେନ୍ଦ୍ର ପାତ୍ରର ବୟସ ୧୫ ହେବ ।

ସୂଚନା ଥାଉକି, ମଙ୍ଗଳବାର ରାତି ପାଖା ପାଖି ସମୟ ୯ଟା । ଝିପି ଝିପି ବର୍ଷାରେ ହାତ ଧରା ଧରି ହୋଇ ପାର ହେଉଥିଲେ ରେଳ ଧାରଣା । ଠିକ୍ ଏହି ସମୟରେ ଧକ୍କା ଦେଇଥିଲା ପାସେଞ୍ଜର ଟ୍ରେନ୍ । ଘଟଣା ସ୍ଥଳରେ ହିଁ ୨ ଭାଇଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ରାଉରକେଲା ରେଳବାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି  । ଅନ୍ୟ ପଟେ ଦୁଇ ଭାଇଙ୍କ ମର ଶରୀର ରାଉରକେଲା ସରକାରୀ ଡାକ୍ତରଖାନାର ଶବ ଗୃହରେ ରଖାଯାଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଦୁଇ ଭାଇ ହାତ ଧରା ଧରି ହୋଇ ପାର ହେଉଥିଲେ ରେଳ ଧାରଣା । ହେଲେ ଦୁଇ ଭାଇଙ୍କ ଜୀବନ ନେଇଗଲା ଲୋହ ଦାନବ ।