କୋଲକାତା: ଫିଲ୍ମର କାହାଣୀରେ ଘରର ଗୁପ୍ତ ସ୍ଥାନରୁ ନୋଟ୍ ଭର୍ତ୍ତି ବ୍ୟାଗ୍ ବାହାରୁଥିବା ଆପଣ ଦେଖିଥିବେ । କିନ୍ତୁ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏକ ସାଧାରଣ ଘରର କବାଟ ଖୋଲି ଯେତେବେଳେ ଅଧିକାରୀ ଭିତରେ ପଶିଲେ, ସେତେବେଳେ ସେମାନେ ଯାହା ଦେଖିଲେ, ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଜଣେ ପୂର୍ବତନ ସରକାରୀ ବସ୍ ଡ୍ରାଇଭରଙ୍କ ସାଧାରଣ ଘରୁ ମିଳିଲା ୨୦ କୋଟି ଟଙ୍କାର କଳା ଧନ ଏବଂ ୧୫ କିଲୋ ସୁନା ବିସ୍କୁଟ୍ ।

୩୫ଟି ବର୍ତ୍ତାରେ ଭର୍ତ୍ତି ଥିଲା 'କଳା ଧନ'

ଗୁପ୍ତ ସୂଚନା ଆଧାରରେ ଯେତେବେଳେ ପୋଲିସ୍ ଟିମ୍ ଦେଉଚା ଅଞ୍ଚଳରେ ଥିବା ମୀନାର ମଣ୍ଡଳଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା, କାହାରିକୁ ଅନୁମାନ ନଥିଲା ଯେ ସାମ୍ନାରେ ଟଙ୍କାର ପାହାଡ଼ ଠିଆ ହୋଇଥିବ । ମୀନାର ମଣ୍ଡଳ, ଦିଏ ଯିଏ ବସ୍ ଚଲାଉଥିଲେ, ସେ ସ୍ଥାନୀୟ ପ୍ରଭାବଶାଳୀ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ସ୍ତ୍ରୀଙ୍କ ଭାଇ । ବସ୍ତା ଖୋଲି ଦେଖିବା ବେଳେ ପୋଲିସ୍ ଆଖି ଖୋସି ହୋଇଯାଇଥିଲା । ୩୫ଟି ବସ୍ତାରୁ ବାହାରିଲା ନୋଟ୍ ବଣ୍ଡଲ୍ ।

ଟଙ୍କା ଗଣିବା ପାଇଁ ଅଣଗଲା ୫-୫ଟି ମେସିନ୍

ଏହି ସମ୍ପତ୍ତି ଗଣିବା ଅଧିକାରୀଙ୍କ ପାଇଁ ସହଜ କାମ ନଥିଲା । ଟଙ୍କା ଗଣିବା ପାଇଁ ୫ଟି ନୋଟ୍ ଗଣା ମେସିନ୍ ମଗାଯାଇଥିଲା । ଘଣ୍ଟା ଘଣ୍ଟା ଧରି ମେସିନ ଚାଲିଲା, କିନ୍ତୁ ନୋଟ୍ ସରିବାର ନାଁ ନେଉନଥିଲା । ଅନ୍ୟପଟେ, ନୋଟ ରଖିବା ପାଇଁ ୫ଟି ବଡ଼ ଲୁହା ସିନ୍ଦୁକ ମଗାଇବାକୁ ପଡ଼ିଥିଲା ।

ତେବେ ଜଣେ ବସ୍ ଡ୍ରାଇଭର ଘରକୁ ଏତେ ସୁନା ଓ ନଗଦ ଟଙ୍କା ଆସିଲା କେଉଁଠୁ ? ପୋଲିସର କହିବା ଅନୁଯାୟୀ, ଏହି ଟଙ୍କାର ଉତ୍ସ ବେଆଇନ ପଥର କାରବାର ସହ ରହିଛି । ଟୁଲୁ ମଣ୍ଡଳଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ତିନୋଟି ଜିଲ୍ଲାର ପଥର ଶିଳ୍ପର ଏଣ୍ଟ୍ରି ଗେଟରୁ ଟିକସ ଆଦାୟ କରୁଥିଲେ । ଆଶା ଥିଲା ଯେ ପ୍ରତିମାସରେ ସରକାରଙ୍କ ରାଜକୋଷରେ ୮୩ କୋଟି ଟଙ୍କା ଜମା ହେବ, କିନ୍ତୁ ସରକାରଙ୍କୁ କେବଳ ୨ରୁ ୫ କୋଟି ଟଙ୍କା ଦେଖାଯାଉଥିଲା ।

 

ଏହି କାର୍ଯ୍ୟାନୁଷ୍ଠାନ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଚେତାବନୀ ଦେଇଛନ୍ତି । ସେ ଲେଖିଛନ୍ତି, "ଦୁର୍ନୀତି ବିରୋଧରେ ଆମର 'ଜିରୋ ଟୋଲେରାନ୍ସ ନୀତି' ଜାରି ରହିବ । ଯେଉଁମାନେ ଜନସାଧାରଣଙ୍କ କଷ୍ଟାର୍ଜିତ ଟଙ୍କା ଲୁଟି ଏବଂ ପୂର୍ବ ସରକାରଙ୍କ ଆଢ଼ୁଆଳରେ ନିଜ ସଂପତ୍ତି ବଢାଇଥିଲେ, ସେମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସାର୍ବଜନୀନ ସମ୍ପତ୍ତି ଜନସାଧାରଣଙ୍କର, ଏବଂ ଏହାକୁ ଲୁଟୁଥିବା ଲୋକଙ୍କୁ ଆଇନର ଭୟାନକ ରୂପ ଦେଖିବାକୁ ପଡ଼ିବ । ମାଫିଆ ସିଣ୍ଡିକେଟ୍ ଉପରେ ଏହି କଡ଼ା ପ୍ରହାର ଜାରି ରହିବ ।"