ନୂଆଦିଲ୍ଲୀ ୧୪/୦୨: ଭାରତରେ ୧୪ ଫେବୃଆରୀକୁ କୁହାଯାଏ ବ୍ଲାକ୍ ଡେ' । କାରଣ ଏହି ଦିନ ଦେଶ ହରାଇଥିଲା ୪୦ ବୀର ଯବାନ । ଯେଉଁଠି ପ୍ରେମୀ ଯୁଗଳ ମନାଉଥିଲେ ଭାଲେଣ୍ଟାଇନ ସେଲିବ୍ରେସନ । ସେଠି ଆତଙ୍କି ଆକ୍ରମଣରେ ଦୋହଲିଥିଲା ଦେଶ । ୨୦୧୯ ମସିହାର ସେହି ଦିନ ।

ଜମ୍ମୁ-କାଶ୍ମୀରର ପୁଲୱାମାରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଦୁଃଖଦ ଘଟଣାରେ ସିଆରପିଏଫ୍ (CRPF) ର ୪୦ ଜଣ ବୀର ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ କଳା ଦିବସ ଭାବରେ ପାଳନ କରାଯାଏ ।

ଫେବୃଆରୀ ୧୪, ୨୦୧୯ ସମୟ ଅପରାହ୍ନ ୩ଟା ୩୦ ପାଖାପାଖି । ନିଜ କର୍ମକ୍ଷେତ୍ରକୁ ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସ୍‌ରେ ଏକ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା ।

୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରକ୍ତ ରଞ୍ଜିତ ହୋଇଥିଲା ରାଜରାସ୍ତା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ ୪୦ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।

ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା। ଆଜି ବି ସେହିଦିନକୁ ମନେପକାଇଲେ ଶୀତେଇ ଉଠେ ଦେହ ।

also read...

ପଞ୍ଚଶୀଳ ଯୋଜନା କରି ନେହରୁ ଭାବିଥିଲେ ସୀମା ବିବାଦର ସମାଧାନ ହେବ, ହେଲେ ଚୀନ... ସିଡିଏସଙ୍କ ବଡ଼ ବୟାନ