ଭୁବନେଶ୍ଵର: ଗତକାଲି କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଲୋକସଭାରେ ଆଗତ ହେବା ପରେ ଆଜି ରେଳ ବଜେଟ୍‌ରେ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ଗତ ବର୍ଷ ଅନୁଦାନଠୁ ଅଧିକ। ଗତ ଥର ଓଡିଶାକୁ ମିଳିଥିଲା ୧୦.୫୯୯ କୋଟି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ସୋମବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଓଡ଼ିଶାକୁ ଫୋକସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି, ୫ ବର୍ଷରେ ଓଡ଼ିଶାକୁ ମିଳିବ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ। ଇଷ୍ଟ-ଓ୍ଵେଷ୍ଟ କରିଡ଼ରରୁ ଓଡ଼ିଶାକୁମିଳିବ ଫାଇଦା। ଇଷ୍ଟ-ଓ୍ଵେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଏହା ସହିତ ୧୭ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଛି। ଗତ ୧୧ ବର୍ଷରେ ରାଜ୍ୟରେ ୨୨୦୦ କିମି ନୂଆ ଟ୍ରାକ ହୋଇଛି। ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ ଟ୍ରାକ୍ ଠାରୁ ଅଧିକ।

ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ‌ ପୂରା ହେବ। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍‌ ଚାଲିଛି।  ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି।

​​​​​​​

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ରେଳ ବିଭାଗର ବଡ଼ ପଦକ୍ଷେପ ନିଆଯାଉଛି। ସମ୍ବେଦନଶୀଳ ସ୍ଥାନରେ ଲାଗିବ ଅପ୍ଟିକାଲ ଫାଇବର। ଆଗକୁ ୬ ମଧ୍ୟରେ AI ବେସ ଥର୍ମାଲ କ୍ୟାମେରା ଲଗେଇବାକୁ ଯୋଜନା ରହିଛି । ସାରା ଦେଶରେ ୨୦୦ ଜାଗାରେ ତିଆରି ହେବ ଅଣ୍ଡର ପାସ।

୨୦୨୬ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସରିବ। ଏବେ ୭ଟି ଟନେଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୬ ଶେଷ ସୁଦ୍ଧା ଖୋର୍ଦ୍ଧା ସହ ଯୋଡି ହେବ ବଲାଙ୍ଗୀର। ୨୨୬ କିମି ରେଳ ଲାଇନ ତିଆରି ସରିଛି। ବାକି ୭୫ କିମି ରେଳ ଲାଇନ ପାଇଁ୭ ଟି ଟନେଲ କାମ ସରିଛି। ୨୦୨୬ ଶେଷ ସୁଦ୍ଧା ପୁରା କାର୍ଯ୍ୟ ସରିବ। ରାଜ୍ୟର ୩ ଅମୃତ ଷ୍ଟେସନ କାର୍ଯ୍ୟ ସମାପ୍ତ ହୋଇଛି।

ପାରଳାଖେମୁଣ୍ଡି, ତାଳଚେର, ବରପାଲି, ଷ୍ଟେସନ କାର୍ଯ୍ୟ ସରିଛି। ଅନ୍ୟ ଷ୍ଟେସନ ନବୀକରଣ କାର୍ଯ୍ୟ ୨୦୨୬ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖା ଯାଇଛି। ଗତବର୍ଷ ଇଷ୍ଟ କୋଷ୍ଟ ରେଳବାଇକୁ ମିଳିଥିବା ଅର୍ଥରୁ ୮୮ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି । ଓଡିଶା ଖର୍ଚ୍ଚ କରି ସରିଛି ୯୧ ପ୍ରତିଶତ।
​​​​​ଉଲ୍ଲେଖନୀୟ ୨୦୨୫ରେ ଓଡ଼ିଶାକୁ ରେଲଓ୍ଵେ ବଜେଟରେ ୧୦ ହଜାର ୫୯୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ମୋଟ୍ ସମଗ୍ର ଦେଶ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ରେଳ ବଜେଟ୍ ଘୋଷଣା ହୋଇଥିଲା। ​​​​​​​