ନୂଆଦିଲ୍ଲୀ, ୦୧/୦୪ : ଯୁଦ୍ଧ ଥମୁନି । ଆମେରିକା ଅଳ୍ପ ହଟିଲେ ବି ଛାଡୁନି ଇସ୍ରାଏଲ । ଇରାନ ଉପରେ ପ୍ରଚଣ୍ଡ ପ୍ରହାର କରୁଛି । ଆଣବିକ ପ୍ଲାଣ୍ଟ୍ ଏବଂ ବଡ ବଡ କାର୍ଯ୍ୟାଳୟକୁ ଟାର୍ଗେଟ୍ କରୁଛି । ଯାହାର ପ୍ରମାଣ ଦେଇଛି ଇସ୍ରାଏଲ ସେନା । ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ୍ କରି ନିଜର ଶକ୍ତି ଦେଖାଇଛି ।

ଇରାନ ବିରୋଧରେ ଫେବ୍ରୁଆରୀ ୨୮ରେ ଅପରେସନ୍ ରୋର୍ ଅଫ୍ ଦି ଲାୟନ ଆରମ୍ଭ କରିଥିଲା ଇସ୍ରାଏଲ । ଯାହା ପରଠୁ ଇରାନ ଉପରେ ହଜାର ହଜାର ମିସାଇଲ ମାଡ ହେଉଛି । ଏପରିକି ମାତ୍ର ୪୦ ସେକେଣ୍ଡରେ ନେତନ୍ୟାହୁଙ୍କ ସେନା ଇରାନର ୪୦ ଟପ୍ ଅଧିକାରୀଙ୍କୁ ନିପାତ କରିଥିବା ଦାବି କରିଛି ।

Also Read :- iran-israeli war: ଇରାନ ସିଆ ମସଜିଦ୍‌ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଚାଲିଗଲା ୩ ଜୀବନ

ଇସ୍ରାଏଲ ସେନାର ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭରୁ ଏବେସୁଦ୍ଧା ୮୦୦ ଥର ଆକ୍ରମଣ କରାଯାଇଛି । ୮୦୦ ଆକ୍ରମଣରେ ୧୦୦୦୦ ଏୟାରଷ୍ଟ୍ରାଇକ୍ ସାମିଲ ଅଛି । ୪ ହଜାରରୁ ଅଧିକ ଜାଗାକୁ ଟାର୍ଗେଟ୍ କରାଯାଇଛି । ୧୬୦୦୦ରୁ ଅଧିକ ଗୁଳିଗୋଳା ଅପରେସନରେ ବ୍ୟବହାର ହୋଇଛି । ସେମାନେ ୨୦୦୦ ଇରାନୀ ସୈନ୍ୟଙ୍କୁ ନିପାତ କରିଛନ୍ତି ।

ଇସ୍ରାଏଲ ଡିଫେନ୍ସ ଫୋର୍ସର ମୁଖପାତ୍ର ଅଭିଚାଏ ଆଦ୍ରାଏ କହିଛନ୍ତି ଯେ, ମାସେ ତଳେ ଏକ ବିରାଟ ଅପରେସନ ଆରମ୍ଭ ହୋଇଥିଲା । ଯାହା ଏବେବି ଜାରି ରହିଛି । ଆମେରିକା ଫୋର୍ସ ସହ ମିଶି ସେ ଅପରେସନକୁ ଚୂଡାନ୍ତ ରୂପ ଦେଇଥିଲେ । ଇରାନର ଆତଙ୍କକୁ ଆକ୍ରମଣ କରି ଇସ୍ରାଏଲ ଅନ୍ତ କରିଛି ।

ସେହିପରି ଇସ୍ରାଏଲ ସେନାର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭର ମାତ୍ର ୨୪ ଘଣ୍ଟାରେ ଇସ୍ରାଏଲ ଏୟାର ଫୋର୍ସ ନିଜର ବୀରତ୍ୱ ଦେଖାଇଥିଲା । ବାୟୁସେନା ୪୦ ସେକେଣ୍ଡରେ ଇରାନର ଟପ୍ ୪୦ ନେତାଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା । ଏଥିରେ ଦେଶର ସର୍ବ୍ବୋଚ ନେତା ଅୟତୁଲ୍ଲାହ ଖାମେନି ,ସାମିଲ ଥିଲେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।