ଦିଗପହଣ୍ଡି ୧୪।୧୨ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗାଁରେ ଅଘଟଣ । ବେକରେ ଦୌଡ଼ି ଲଗାଇ ଝୁଲିପଡ଼ିଲେ ଯୁବକ । ମୃତକ ଜଣଙ୍କ ବି. ତୁରୁବୁଡ଼ି ଗାଁରେ ମନୁ ରେଡ୍ଡୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କିଛି ଦିନ ତଳେ ମନୁଙ୍କ ବାପାଙ୍କର ଅକାଳ ବିୟୋଗ ହୋଇଥିଲା । ଆଉ ଏବେ ଏକମାତ୍ର ପୁଅ ଆତ୍ମହତ୍ୟା କରିଛନ୍ତି । ଯାହାକି ପୁରା ପରିବାରର ମନୋବଳକୁ ଭାଙ୍ଗିଦେଇଛି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ସେପଟେ ପୋଲିସ ଆତ୍ମହତ୍ୟା କରିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଦିଗପହଣ୍ଡି ମେଡିକାଲକୁ ପଠାଯାଇଥିଲା । ସେଠାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାସହିତ ପୋଲିସ ବି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।