News7 Logo

ସାମାନ୍ୟ ଝଗଡ଼ାରୁ ବୀଭତ୍ସ ହତ୍ୟା : ଯୁବକଙ୍କୁ ଛୁରି ଭୁସି ମାରିଦେଲେ !

NEWS7
Sambalpur

ସମ୍ବଲପୁର ୩୯: ଯୁବକଙ୍କୁ ଛୁରି ଭୁସି ହତ୍ୟା । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ସ୍ଥିତ ଓରାମପଡାରେ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ସ୍ଥିତ ଓରାମପଡାରେ ବୀଭତ୍ସ ହତ୍ୟାକାଣ୍ଡ l ମୃତ ଯୁବକ ଜଣକ ହେଉଛନ୍ତି ଏମ୍‌ଡି ରିଙ୍କୁ l ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ସୂଚନା ମିଳିଛି l ବୁଧବାର ସକାଳ ସମୟରେ ଏଭଳି ହତ୍ୟାକାଣ୍ଡ ଘଟିଛି l

ତେବେ ସକାଳ ସମୟରେ କିଛି ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା l ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତଦନ୍ତ ପରେ ହତ୍ୟାକାଣ୍ଡ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।