ଉଦଳା ୨୪।୧: ଘର ପାଖ ବିଲକୁ କାଠ ଆଣିବାକୁ ଯାଇଥିଲେ । ହେଲେ ଆକ୍ରମଣ କଲା ଭାଲୁ । ଭାଲୁ ଆକ୍ରମଣରେ ଯୁବତୀ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କଇଁସାରି ବାବୁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗ୍ରାମର ରାଇମାତ ସୋରେନ ଘର ପାଖ ବିଲ ନିକଟକୁ କାଠ ଆଣିବାକୁ ଯାଇଥିଲେ, ଏହି ସମୟରେ ଦୁଇଟି ଭାଲୁ ଅଚାନକ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଇମାତ ଗୁରୁତର ହୋଇଥିବା ବେଳେ ତାଙ୍କ ବାମ ହାତରେ ଗଭୀର ଭାବେ କ୍ଷତ ହୋଇଛି । ଭାଲୁ ଆକ୍ରମଣରେ ଗୁରୁତର ହୋଇ ସେ ଚିତ୍କାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଭାଲୁ ଉପରେ ବନ ବିଭାଗ ନଜର ରଖିଛି ।