ଯୁବକଙ୍କୁ ଜଘନ୍ୟ ହତ୍ୟା, ମୟୁରଭଞ୍ଜରୁ ଆଣି ନୀଳଗିରି ଜଙ୍ଗଲରେ ମାରିଦେଲେ

Published By : Prameya-News7 Bureau | April 28, 2024 IST

ନୀଳଗିରି ୨୮।୪: ବାଲେଶ୍ଵର ଜିଲ୍ଲା ନୀଳଗିରି ଝରଣାଘାଟି ରାସ୍ତା ତିନିକୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କୁ ଜଘନ୍ୟ ହତ୍ୟା କରାଯାଇଛି । ଘରଭଡାରେ ରହୁଥିବା ଜଣେ ଯୁବକ ଓ ଯୁବତୀଙ୍କ ପରକିୟାପ୍ରୀତି ଦେଖିବା ହେଲା କାଳ । ସୁଦୁର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି ଅଞ୍ଚଳରୁ ନୀଳଗିରି ଅଞ୍ଚଳକୁ ଆଣି ଏଭଳି ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି କଟୁରିଆ ଗ୍ରାମର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ନାମକ ଯୁବକ ଘର ଭଡାରେ ରହିଥିଲେ । ଅନ୍ୟ ଜଣେ ମହିଳା ମଧ୍ୟ ଭଡ଼ାରେ ରହୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଘର ମାଲିକ ଶ୍ରୀରାମ ଏହା ଦେଖି ମହିଳାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଗତ ୨୫ ତାରିଖ ଦିନ ଅଶୋକ ସେଠୀ ସାଣଦେଇ ଗ୍ରାମର ଅଶୋକ ମହାନ୍ତିଙ୍କ ଦ୍ୱାରା ରାତି ୧୨ଟା ସମୟରେ ଘରୁ ଡାକିଆଣି ଏକ ବାଇକରେ ବସାଇ ବୁଲିବାକୁ କହି ନୀଳଗିରି ତିନିକୋଶିଆ ଜଙ୍ଗଲ ନିକଟକୁ ଆଣିଥିଲେ । ପୂର୍ବ ଯୋଜନା ଅନୁସାରେ ଅଶୋକକୁ ମାରଣାସ୍ତ୍ରରେ ହାଣି ଜଙ୍ଗଲ ମଝିରେ ଶବକୁ ଫିଙ୍ଗି ପଳାଇ ଯାଇଥିଲେ । ପରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମସ୍ତ ଘଟଣା ମାନିଥିଲେ । ହତ୍ୟା ଦୁଇ ଦିନ ପୂର୍ବରୁ ହୋଇଥିବାରୁ ଶବଟି ଗଳିତ ହୋଇଯାଇଛି । ଶରତ ପୋଲିସ ବରମପୁର ପୋଲିସ ସହାୟତାରେ ସାଇଣ୍ଟିଫିକ ଟିମ ଆଣି ତଦନ୍ତ କରି ଶବ ଜବତ କରିଛି । ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

You Can Read :

 ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା, ଆମ୍ବପୁଆ ସାଧାରଣ ସଭାରେ ଦେବେ ଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.