ଭୁବନ ୧୨/୫: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ-୨ର ଲୁଣିଖିଆ ମୌଜାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ମିଳିପାରିନି । ରବିବାର ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଯୁବକଙ୍କ ବେକରେ ଦଉଡିର କଳାଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଛି ତାର ଛାନଭିନ ଚଳାଇଛି ପୋଲିସ ।
ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖ...