ବିଭତ୍ସ ! ସାନ ବାପାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପୁତୁରା

Published By : Prameya-News7 Bureau | May 11, 2024 IST

Internet

କାଲିମେଳା: ସାନ ବାପାର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ପୁତୁରା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି-୭୯ ଥାନା ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଇପିଗୁଡା ଗ୍ରାମରେ। ମୃତକ ସାନବାପା ହେଲେ ମୁକା ପଡିଆମୀ (୫୦)। ଘଟଣାଟି ଘଟିଛି ଆଜି ସକାଳ ସାତଟା ସମୟରେ l ଘଟଣାରୁ ଜଣାଯାଇଛି ମୁକାଙ୍କ ସ୍ତ୍ରୀ ବଦ୍ରା ପଡିଆମୀ ବାଦାମୀ ଉଠାଇବା ପାଇଁ ଜମିକୁ ଯାଇଥିଲେ। 

ଏମିତିକି ଗ୍ରାମର ସମସ୍ତେ ବାଦାମୀ ଉଠାଇବାକୁ ବଢ଼ି ସକାଳେ ଯାଇଥିବା ସୁଯୋଗ ନେଇ ପୁତୁରା ରାମା ପଡିଆମୀ (୩୦)ତାଳ ଗଛରୁ ରସ କାଢ଼ିବା କାତିରେ ସାନ ବାପାର ବେକ କାଟି ଗଣ୍ଡି ମୁଣ୍ଡ ଅଲଗା କରି ଦେଇଥିଲା। ହତ୍ୟାକାରୀ ପୁତୁରା ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିବା ଗ୍ରାମବାସୀଙ୍କ ପାଖରୁ ଜଣାଯାଇଛି, କାହିଁକି ଏପରି ହତ୍ୟା କଲା ତାହା ଠିକ ଭାବରେ ଜଣା ଯାଇ ନାହିଁ ପୋଲିସ ପହଞ୍ଚି ତଦନ୍ତ ପରେ ଜଣାଯିବ l 

ସୂଚନାଥାଉକି ରାମାର ବାପା ଗଙ୍ଗା ଆଜକୁ ପାଞ୍ଚ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଏକମାତ୍ର ପୁଅ ରାମା, କିନ୍ତୁ ତାଙ୍କ ସାନ ବାପାର କୌଣସି ସନ୍ତାନ ନାହିଁ ବୋଲି ଜଣାଯାଇଛି। ହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି l ହତ୍ୟା କରି ନିଜ ଘରେ ଲୁଚି ରହିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.