ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଣିଦେଲେ ଦୁର୍ବୁତ୍ତ

Published By : Prameya-News7 Bureau | May 12, 2024 IST

କଣାସ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ। ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ଗାଡିଶାଗୋଦା ଥାନା ଦେଇପୁର ଗ୍ରାମରେ। ମୃତକ ହେଉଛନ୍ତି ସମୀର ପଲେଇ। 

ସୂଚନା ଅନୁଯାୟୀ, ସମୀରଙ୍କ କିଛି ଦୁର୍ବୁତ୍ତ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କର ହାତ ଛିଣ୍ଡିପଡ଼ିଥିବାବେଳେ, ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ପୋଲିସ ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.