News7 Logo

ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ୭୦ ପ୍ରତିଶତ ଅଂଶ ପୋଡିଯାଇଛି

NEWS7
dkl

ଅନୁଗୁଳ ୦୬।୦୯ : ଆଉ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଯାହାଫଳରେ ମହିଳା ଦେହ ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଢେଙ୍କାନାଳ ଜିଲ୍ଲା ମାଣପୁର ଗାଁରେ ଘଟିଛି ଏହି ଅଘଟଣ ।

ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାଣପୁର ଗାଁର ବାବୁଲା ଗୋଚ୍ଛାୟତଙ୍କ ସ୍ତ୍ରୀ ସାବିତ୍ରୀ ଗୋଚ୍ଛାୟତ । ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଶେଷରେ ସାବିତ୍ରୀ ରାଗିଯାଇ ଘରେ ବୋତଲରେ ରଖିଥିବା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାଫଳରେ ସାବିତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ସାବିତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ ଲାଗି ସାବିତ୍ରୀଙ୍କ ଦେହର ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି ।