News7 Logo

ଭଲ ଉଦ୍ଦେଶ୍ୟ ସବୁବେଳେ ଭଲ ପରିଣାମରେ ପରିବର୍ତ୍ତି ହୁଏ ନାହିଁ: ଜିଏସ୍‌ଟିର ହ୍ରାସ ଲାଭ ପ୍ରକୃତରେ ଜନତାଙ୍କୁ ମିଳିବ ତ ?

NEWS7
Will GST rate cuts reflect on MRP

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଗରିବ ପରିବାରକୁ ମହଙ୍ଗା ସ୍ଥିତିରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଏକାଧିକ ସାମଗ୍ରୀରେ ଜିଏସ୍‌ଟି ହ୍ରାସ କରିଛନ୍ତି। ହେଲେ ଭଲ ଉଦ୍ଦେଶ୍ୟ ସବୁବେଳେ ଭଲ ପରିଣାମରେ ପରିବର୍ତ୍ତି ହୁଏ ନାହିଁ। ତେଣୁ ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାରଙ୍କର ଏହି ଉଦ୍ୟମ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ତ ? କମ୍ପାନୀମାନେ ଏମଆରପି ହ୍ରାସ କରିବେ ନା ପେଟ୍ରୋଲ ଓ ଡିଜେଲ ଭଳି ଜିଏସ୍‌ଟି ହ୍ରାସର ଲାଭ କେବଳ କମ୍ପାନୀଗୁଡ଼ିକ ପାଖରେ ରହିଯିବ? ଆମେ ଏକଥା ଏଥିପାଇଁ କହୁଛୁ, କାରଣ ବର୍ତ୍ତମାନ ସୁଦ୍ଧା ଭାରତର GST ବ୍ୟବସ୍ଥାରେ ଲାଭଖୋରୀକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ହେଲେ ସରକାର କହୁଛନତି ଆମେ ଏ ଦିଗରେ ଯତ୍ନବାନ ହେବୁ, ଏହାର ଲାଭ କିଭଳି ସିଧାସଳକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ନିଜେ ଜଗିବୁ। ହେଲେ ଏକଥା କେତେ ଦୂର ସମ୍ଭବ ହୋଇପାରିବ ତାହା ଭାରତର ଜନତାଙ୍କର ପୂର୍ବରୁ ବହୁ ଅଭିଜ୍ଞତା ରହିଛି।

ତେବେ ଲାଭଖୋରୀ ରୋକିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟ ଦେଇ କହିଛନ୍ତି “GST ହ୍ରାସର ଲାଭ ଶିଳ୍ପ ଦ୍ୱାରା ଲୋକଙ୍କୁ ପ୍ରଦାନ କରାଯିବ।ସେପ୍ଟମ୍ବର ୩ ତାରିଖରେ ଜିଏସ୍‌ଟି ସଂଶୋଧନ ପରେ ଅର୍ଥମନ୍ତ୍ରୀଙ୍କର ଏହା ପ୍ରଥମ ପ୍ରତିଶ୍ରୁତି। ଜିଏସଟି ହାର ହ୍ରାସକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଥିଲେ। ସୀତାରମଣ କହିଛନ୍ତି ଯେ ପ୍ରଥମ କିଛି ମାସ କାର୍ଯ୍ୟାନ୍ୱୟନର ଶେଷ ସୀମା ପର୍ଯ୍ୟନ୍ତ ତଦାରଖ ଏବଂ ସଂଶୋଧନମୂଳକ କାର୍ଯ୍ୟ ଉପରେ ନଜର ରଖାଯିବ। ଏମିତିକି ସାଂସଦମାନେ ମଧ୍ୟ ମୂଲ୍ୟ କମିଲା କି ନାହିଁ ତୃଣମୂଳ ସ୍ତରରେ ତାହା ଯାଞ୍ଚ କରିବେ ବୋଲି ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ମୁଁ, ମୋ ବିଭାଗ ଏବଂ CBIC (କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ) ମୁଖ୍ୟତଃ ଏହାକୁ ତଦାରଖ କରିବା ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେପ୍ଟେମ୍ବର ୨୨ ପରେ ଜିଏସ୍‌ଟି ଲାଭ ଉପରେ ହେବ କଡ଼ା ଯାଞ୍ଚ  

ସମସ୍ତ ଅଂଶିଦାର ଓ କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା କରି ଜିଏସ୍‌ଟି ସଂଶୋଧନ କରାଯାଇଛି। " ଜିଏସ୍‌ଟି ହ୍ରାସର ଲାଭ ଯେମିତି ଜନତାଙ୍କ ପାଖରେ ପହଞ୍ଚିବ ଆମର ମୁଖ୍ୟ ଲକ୍ଷ୍ୟ ରହିବ। ସେପ୍ଟେମ୍ବର ୨୨ ପରେ ଆମର ବହୁତ କାମ ଅଛି। ଏହା ଏକ ବଡ଼ ସତର୍କତାମୂଳକ କାର୍ଯ୍ୟ ଏବଂ ଆମେ ନିଶ୍ଚିତ ଯେ ଏହାର ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ। ଯଦି କୌଣସି କମ୍ପାନୀ ଅନ୍ୟ କିଚି ଚାହାନ୍ତି, ତେବେ ଆମେ ସେମାନଙ୍କ ସହିତ କଥା ହେବୁ। ଖର୍ଚ୍ଚ ବୃଦ୍ଧି ପାଇବ ଆୟ ବି ବଢ଼ିବ।” ସୀତାରମଣ କହିଛନ୍ତି ଯେ ସରକାର ବିଭିନ୍ନ ଅଂଶଦାରଙ୍କ ସହିତ ଜିଏସ୍‌ଟି ହ୍ରାସ ପରିଚାଳନା ପାଇଁ କଥା ହେଉଛନ୍ତି। କିଭଳି ଏହା ଠିକ ଭାବରେ କାମ କରିପାରିବ ସେଥିପାଇଁ ମିଳି ମିଶି କାମ କରିବେ ବୋଲି ଇଣ୍ଡଷ୍ଟ୍ରି ନେତାମାନେ ବି କହିଛନ୍ତି।

ଲାଭଖୋରି ରୋକିବାକୁ ଜିଏସ୍‌ଟି ବ୍ୟବସ୍ଥାରେ ନାହିଁ କୌଣସି ସୁବିଧା

ସେପ୍ଟେମ୍ବର ୩ ତାରିଖରେ ଜିଏସ୍‌ଟି ସଂଶୋଧନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିବା ପରେ ସାମ୍ବାଦିକମାନେ କମ୍ପାନୀମାନଙ୍କର ଲାଭଖୋରି ମାନସିକତା ବିଷୟରେ ପ୍ରଶ୍ନ ଉଠାଇଥିଲେ। କାରଣ ଜିଏସ୍‌ଟି ବ୍ୟବହସ୍ଥାରେ ଲାଭଖୋରୀ ରୋକିବାକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବ୍ୟବସ୍ଥା ନାହିଁ।  GST ପରିଷଦ କେବଳ ବିଚାରାଧୀନ ମାମଲା ଏବଂ କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ମାମଲାଗୁଡ଼ିକୁ ଗ୍ରହଣ କରେ। ଆଉ GST ଦ୍ୱାରା କମ୍ପାନୀମାନେ କିଭଳି ଲାଭ ଖାଉଛନ୍ତି ତାରା ଇତିହାସ ମଧ୍ୟ ରହିଛି।

ଜୁଲାଇ ୨୦୧୭ ରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ, ଏକାଧିକ ଥର ଏହାର ସଂଶୋଧନ କରାଗଲାଣି। ଅନେକ ପର୍ଯ୍ୟାୟ ଦେଇ ସଂଶୋଧନ କରାଯାଇଛି। ସେହିପରି ୨୦୧୮, ୨୦୧୯, ୨୦୨୨ ଏବଂ ୨୦୨୩ ରେ ଜିଏସ୍‌ଟିରେ ମଧ୍ୟବର୍ତ୍ତୀକାଳୀନ ପରିବର୍ତ୍ତନ ହୋଇଥିଲା। ୨୦୨୪ରେ ମଧ୍ୟ ଏଥିରେ ସରଳୀକରଣ କରାଯାଇଥିଲା।

ଦେଖା ଦେଇଥିବା ଲାଭଖୋରି ଭୟକୁ ଦୂର କରିବା ପାଇଁ ରାଜସ୍ୱ ସଚିବ ଅରବିନ୍ଦ ଶ୍ରୀବାସ୍ତବ ଏକ ଡାଟା ରଖି ବୁଝାଇଥିଲେ।

ସେ କହିଛନ୍ତି "ଆରମ୍ଭ ହେବା ପରଠାରୁ, ଲାଭଖୋର ବିରୋଧୀ ଢାଞ୍ଚା (ଯାହା ଏବେ ପ୍ରଚଳିତ ନାହିଁ) ଅଧୀନରେ ପ୍ରାୟ ୭୦ ୪ ଟି ମାମଲା ପ୍ରାଧିକରଣ ନିକଟରେ ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ ପ୍ରାୟ ୬୦% ମାମଲା GST କାର୍ଯ୍ୟକାରୀ ହେବାର ପ୍ରଥମ ତିନିରୁ ଚାରି ବର୍ଷ ମଧ୍ୟରେ ଆରମ୍ଭ ହୋଇଥିଲା। ଏହି ମାମଲାଗୁଡ଼ିକରେ ଅଭିଯୋଗ ହୋଇଥିବା ମୋଟ ଲାଭଖୋର ପରିମାଣ ପ୍ରାୟ  ,୩୬୨ କୋଟି ଟଙ୍କା ଥିଲା।" ସେ କହିଥିଲେ ଯେ ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଶିଳ୍ପ, "ମୋଟା ମୋଟାମୋଟି ଭାବରେ,ଜିଏସ୍‌ଟି ହାର ହ୍ରାସର ଲାଭ ଜନତାଙ୍କୁ ପ୍ରଦାନ କରିଛି।" ଶ୍ରୀବାସ୍ତବ କହିଛନ୍ତି ଯେ ଜିଏସ୍‌ଟି ସଂଶୋଧନ ସମୟରେ ମଧ୍ୟ, ଶିଳ୍ପଗୁଡ଼ିକ ସାର୍ବଜନୀନ ପ୍ରତିଶ୍ରୁତି ଦେଇଥିଲେ, ଏବଂ ଏବେ ମଧ୍ୟ ଅନେକ ଘୋଷଣା କରିସାରିଛନ୍ତି ଯେ ସେମାନେ ଜିଏସ୍‌ଟି ହ୍ରାସର ଲାଭ ଜନତାଙ୍କୁ ଦେବେ। ତେବେ ଏଥିପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବା ବେଳେ କମ୍ପାନୀ ମାନେ କେତେ ମାତ୍ରାରେ ଗ୍ରାହକଙ୍କୁ ଏହାର ଫାଇଦା ଦେବେ ତାହା ସମୟ କହିବ।