ନୂଆଦିଲ୍ଲୀ: କ୍ରିକେଟ ପଡ଼ିଆରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପୂର୍ବତନ ଭାରତୀୟ କ୍ରିକେଟର 'ନଜଫଗଡ଼ର ନବାବ' ବୀରେନ୍ଦ୍ର ସେହ୍ଵାଗ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ତାଜୁବ ହୋଇଯାଇଛନ୍ତି।

ନୂଆ ଅବତାରରେ 'ବୀରୁ'

ସେହ୍ଵାଗ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଯମରାଜଙ୍କ ଅବତାରରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହା ପୂର୍ବରୁ ସେ ଆଇଜାକ୍ ନ୍ୟୁଟନ୍, ଜଣେ ସ୍କୁଲ ଶିକ୍ଷକ ଏବଂ ଡାକ୍ତର ଲୁକରେ ମଧ୍ୟ ନଜର ଆସିସାରିଛନ୍ତି। ସେହ୍ଵାଗଙ୍କର ଏହିପରି ଭିନ୍ନ ଭିନ୍ନ ରୂପ ଦେଖି ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ସେ କାହିଁକି ଏତେ ରୂପ ବଦଳାଉଛନ୍ତି ?

Also Read: କାହିଁକି ପନ୍ତଙ୍କୁ ଚାନ୍ସ ଦେଲେନି ଅଗରକର ? ଜଣାପଡିଲା କାରଣ !

କ’ଣ ରହିଛି ଏହା ପଛର ସସପେନ୍ସ ?

ବାସ୍ତବରେ ସେହ୍ଵାଗ ବର୍ତ୍ତମାନ ଓଟିଟି (OTT) ଏବଂ ଟେଲିଭିଜନ ଜଗତରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ରିଆଲିଟି ଶୋ’ 'ରାଇଜ୍ ଆଣ୍ଡ ଫଲ୍' ସିଜନ୍-୨ର ଉପସ୍ଥାପକ ଭାବେ ନଜର ଆସିବେ। ଏହି ଶୋ'ର ନୂଆ ପ୍ରୋମୋ ପାଇଁ ସେ ଏହିଭଳି ଅଭିନବ ଲୁକ୍ ଗ୍ରହଣ କରିଛନ୍ତି। 'ଏମ୍ଏକ୍ସ ପ୍ଲେୟାର' ରେ ସେପ୍ଟେମ୍ବର ୨୬ରୁ ଏହି ଶୋ’ ପ୍ରସାରିତ ହେବ।

ଶୋ'ରେ ନଜର ଆସିବେ ଅନେକ ଜଣାଶୁଣା ଚେହେରା

ଏହି ରିଆଲିଟି ଶୋ’ରେ ଅଭିନେତ୍ରୀ ସ୍ୱରା ଭାସ୍କର, 'ବିଗ୍ ବସ୍' ଫେମ୍ ପ୍ରିୟଙ୍କା ଚାହର ଚୌଧୁରୀ, ଟିଭି ଅଭିନେତା କରଣ ପଟେଲ ଏବଂ ରାଜନୈତିକ ବିଶ୍ଳେଷକ ଶହଜାଦ ପୁନାୱାଲା ପ୍ରତିଯୋଗୀ ଭାବେ ନଜର ଆସିବେ। ଏହି ଖେଳ ସମ୍ପୂର୍ଣ୍ଣ ଭାବେ ଗେମ୍ ପ୍ଲାନ୍, ପାୱାର ଏବଂ ରଣନୀତି ଉପରେ ଆଧାରିତ। କ୍ରିକେଟ ପିଚରେ ବିପକ୍ଷ ବୋଲରଙ୍କ ନିଦ ହଜାଇ ଦେଉଥିବା ସେହ୍ଵାଗ, ବର୍ତ୍ତମାନ ଓଟିଟି ପରଦାରେ ହୋଷ୍ଟ ଭାବେ କିପରି ଧମାକା କରୁଛନ୍ତି, ତାହା ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Also Read: ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ୍-କୋହଲି ଦେଖାଇବେ ଜଲୱା, ଟିମରେ ଦୁଇ ନୂଆ ନାଁ