ସମାଲୋଚକଙ୍କୁ କୋହଲିଙ୍କ 'ବିରାଟ୍' ଜବାବ, ୧୬୦ ଷ୍ଟ୍ରାଇକ୍ ରେଟ୍‌ରେ ଦମଦାର ଇନିଂସ

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ମହାସମର ଜାରି । ୧୭ତମ ସଂସ୍କରଣରେ କ୍ରମାଗତ ଭାବେ ମ୍ୟାଚ୍ ହାରୁଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବେ ବିଜୟ ଟ୍ରାକ୍‌କୁ ଫେରିଛି ।ଲଗାତାର ଦୁଇଟି ମ୍ୟାଚ୍ ଜିତିଛି ଆରସିବି । ଚଳିତ ସିଜିନରେ ବିରାଟ୍ କୋହଲିଙ୍କ ବ୍ୟାଟ୍ ଗର୍ଜୁଛି । ଆରସିବିର ପୂର୍ବ ଅଧିନାୟକ ଆଇପିଏଲରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭୧.୪୨ ହାରରେ ୫୦୦ ରନ ସଂଗ୍ରହ କରିଛନ୍ତି । ଏହା ସହିତ ବିରାଟ୍ କୋହଲି ଆରେଞ୍ଜ କ୍ୟାପ୍ ହୋଲ୍ଡର ମଧ୍ୟ ହୋଇଛନ୍ତି । 

ବିରାଟ୍ କୋହଲି ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ମାରିଛନ୍ତି । ଏହା ପରେ ବି ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ପ୍ରଶ୍ନ ଉଠିଥିଲା । ଏହାକୁ ନେଇ ଟ୍ରୋଲ୍ ହୋଇଥିଲା ବିରାଟ୍ । କିଛି ବରିଷ୍ଠ ପୂର୍ବତନ କ୍ରିକେଟର ସମାଲୋଚନା କରିଥିଲେ ଯେ ସ୍ପିନରଙ୍କ ବିରୋଧରେ ବିରାଟଙ୍କ ଷ୍ଟ୍ରାଇକ୍ ରେଟ୍ ଅତି ନିମ୍ନମାନର । ବିଶେଷ କରି ସ୍ପିନରଙ୍କୁ ସେ ଖେଳି ପାରୁନାହାନ୍ତି ବୋଲି କହିଥିଲେ ।  ଗୁଜଟାର ଟାଇଟନ୍ସ ବିରୋଧରେ ଏହାର ଦୃଢ଼ ଜବାବ ଦେଇଛନ୍ତି ବିରାଟ୍ । ଏହି  ମ୍ୟାଚରେ ସେ ବିଜୟୀ ଇନିଂସ ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ମ୍ୟାଚ୍ ପରେ ବିରାଟ୍ କହିଥିଲେ, କ୍ରିକେଟରଙ୍କ କିଛି ଆତ୍ମସମ୍ମାନ ରହିଛି, ସେଥିପାଇଁ ସେମାନେ ଖେଳୁଛନ୍ତି ।୧୫ ବର୍ଷ ହେଲା ଟିମ୍‌ରେ ରହି ମ୍ୟାଚ୍ ଜିତାଉଛି ଏବଂ ଆତ୍ମସମ୍ମାନ ପାଇଁ ଖେଳୁଛି ।

ରବିବାର ଅହମ୍ମଦାବାଦ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ୪୫ତମ ମୁକାବଲା ଖେଳାଯାଉଥିଲା । ଏହି ମ୍ୟାଚକୁ ଆରସିବି ୯ ଓ୍ବିକେଟରେ ଜିତି ନେଇଛି । ବିରାଟ୍ କୋହଲି ୧୬୦ ଷ୍ଟ୍ରାଇକ୍ ରେଟରେ ୭୦ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ଏଥିରେ ୬ଟି ଚୌକା ଏବଂ ୩ଟି ଛକା ରହିଛି । ତେବେ ମ୍ୟାଚ୍ ପରେ କିଙ୍ଗ୍ କୋହଲି ଏହି ବୟାନ ଦେଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.