ଫୁଟ୍‌ବଲ୍‌ରୁ କ୍ୟାପଟେନ୍ ସୁନୀଲ୍ ଛେତ୍ରିଙ୍କ ଅବସର ଘୋଷଣା; ଫିଫା ବିଶ୍ବକପ୍ ଯୋଗ୍ୟତା ମ୍ୟାଚ୍ ପରେ ନେବେ ସନ୍ନ୍ୟାସ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ଫୁଟବଲରୁ ସନ୍ନ୍ୟାସ ନେବେ ଭାରତୀୟ ଫୁଟବଲ୍‌ ଟିମ୍‌ର ଅଧିନାୟକ ସୁନୀଲ ଛେତ୍ରି । କୁଏତ୍ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍‌ ଯୋଗ୍ୟତା ମ୍ୟାଚ୍ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଅବସର ବାବଦରେ ସୁନିଲ୍ ଛେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି । ୩୯ ବର୍ଷୀୟ ଫୁଟବଲ୍‌ର ସୁନୀଲ ଛେତ୍ରି ୨୦୦୫ ଜୁନ୍ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ଏହି ମ୍ୟାଚରେ ସେ ତାଙ୍କର ପ୍ରଥମ ଗୋଲ୍‌ ମଧ୍ୟ ଦେଇଥିଲେ ।

ଭାରତୀୟ ଫୁଟବଲ ପ୍ରତି ଅତୁଳନୀୟ ଅବଦାନ ହେତୁ ସୁନୀଲଙ୍କୁ ୨୦୧୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  ସେହିପରି ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୮ ଏଏଫସି ଚ୍ୟାଲେଞ୍ଜ କପ୍‌, ୨୦୧୧ ଏବଂ ୨୦୧୫ର ସାଫ୍‌ ଚାମ୍ପିଅନଶିପ୍‌, ୨୦୦୭, ୨୦୦୯ ଏବଂ ୨୦୧୨ରେ ଅନୁଷ୍ଠିତ ନେହେରୁ କପ୍‌, ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାରତ ଟାଇଟଲ ହାସଲ କରିଥିବାବେଳେ ସୁନୀଲ ଭାରତୀୟ ଦଳରେ ସାମିଲ ଥିଲେ ।

ସୁନୀଲ ଛେତ୍ରିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଖୁବ ଭଲ ରହିଛି । ୩୯ ବର୍ଷୀୟ ଫୁଟବଲ୍‌ର ଭାରତ ପାଇ ୧୪୫ଟି ମ୍ୟାଚ୍‌ ଖେଳିଛନ୍ତି । ସେ ନିଜର ୨୦ ବର୍ଷର କ୍ୟାରିୟରରେ ୯୪ଟି ଗୋଲ୍‌ କରିଛନ୍ତି । କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜର ରିଟାୟରମେଣ୍ଟ ନେଇ ଘୋଷଣା କରିଛନ୍ତି । ୯ ମିନିଟର ଏହି ଭିଡିଓରେ ସୁନୀନ କ୍ୟାପଟେନ ଲେଖିଛନ୍ତି-ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.