IPL 2024 : ହାଇଦ୍ରାବାଦ୍‌ରେ ସନରାଇଜର୍ସ ଏବଂ ଟାଇଟନ୍ସ ଲଢେଇ, କମିନ୍ସ ବାହିନୀର ପ୍ଲେ-ଅଫ ପାଇଁ ବିଜୟୀ ଜରୁରୀ

Published By : Prameya-News7 Bureau | May 16, 2024 IST

ହାଇଦ୍ରାବାଦ୍‌ ୧୬।୦୫ : ଆଇପିଏଲ୍‌ ୨୦୨୪ । ଗୁରୁବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୬ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଗୁଜରାଟ ଟାଇଟନ୍ସ । ରାତି ୭ଟି ୩୦ମିନିଟରେ ଖେଳାଯିବ ଏହି ମୁକାବିଲା । ପ୍ଲେ-ଅଫ ପାଇଁ କମିନ୍ସ ବାହିନୀକୁ ଏହି ମ୍ୟାଚ୍‌ରେ ବିଜୟୀ ଜରୁରୀ । 

ବର୍ତ୍ତମାନ ଯାଏଁ ସନରାଇଜର୍ସ ହାଇଦ୍ରାବାଦ୍‌ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟି ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର୪ର୍ଥ ସ୍ଥାନରେ ରହିଛି । ପ୍ଲେ-ଅଫ ରେସ୍‌ରେ ହାଇଦ୍ରାବାଦ୍‌ ଟିମ୍‌ ଆଗରେ ରହିଛି । ଦଳକୁ ପ୍ଲେ-ଅଫ ପାଇଁ କ୍ୱାଲିଫାଏ କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟୀ କିମ୍ବା ୧ ପଏଣ୍ଟ ଦରକାର । ତେଣୁ ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଟିମ୍‌ ପାଇଁ ବିଜୟୀ ଜରୁରୀ ରହିଛି । 

ସେହିପରି ଗୁଜରାଟ ଟାଇଟନ୍ସ ବର୍ତ୍ତମାନ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୧ ପଏଣ୍ଟ ରହିଛି । ଆଉ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି । ଚଳିତ ସିଜିନ୍‌ର ପ୍ଲେ-ଅଫ ରେସ୍‌ରୁ ଗୁଜରାଟ ଟାଇଟନ୍ସ ବାଦ୍‌ ପଡିସାରିଲାଣି । ତେଣୁ ଆଜିର ମ୍ୟାଚ୍‌ରେ ବିଜୟୀ କିମ୍ବା ପରାଜୟ ଟିମ୍‌ ପାଇଁ ସେତେଟା ଫରକ ପଡିବନାହିଁ । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.