IPL 2024 : ପ୍ଲେ-ଅଫ ରେସ୍‌ରେ ୫ଟି ଦଳ, ୪ ଦିନରେ ଖେଳିବେ ପାଞ୍ଚୋଟି ମ୍ୟାଚ୍‌

Published By : Prameya-News7 Bureau | May 16, 2024 IST

ମୁମ୍ବାଇ ୧୫।୦୫ : ଆଇପିଏଲ୍‌ ୨୦୨୪ ।ଚଳିତ ସିଜିନ୍‌ରେ ପ୍ଲେ-ଅଫ୍‌ ରେସ୍‌ ପାଇଁ ଲାଗିଲାଣି ରେସ୍‌ । ପ୍ରଥମ ଦୁଇଟି ଟିମ୍‌ ଭାବେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ଏଣ୍ଟ୍ରି କରିଥିବା ବେଳେ ବାକି ଦୁଇଟି ପ୍ଲେସ୍‌ ପାଇଁ ଚାଲିଛି ଲଢେଇ । ଆଉ ମାତ୍ର ଦୁଇଟି ସ୍ଥାନ ପାଇଁ ରେସ୍‌ରେ ଅଛନ୍ତି ପାଞ୍ଚୋଟି ଦଳ । ସେମାନେ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ୍‌, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ । 

ଆଇପିଏଲ୍‌ ୧୭ ତମ ସିଜିନ୍‌ରେ ଗ୍ରୁପ ଷ୍ଟେଜ୍‌ରେ ଏବେ ୫ଟି ମୁକାବିଲା ରହଛି । ୪ଦିନରେ ପାଞ୍ଚୋଟି ମୁକାବିଲା ଖେଳାଯିବ । ମେ ୧୯ରେ ଚଳିତ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏହି ୪ ଦିନରେ ଫୈସଲା ହେବ , ବାକି କେଉଁ ୨ ଟିମ୍‌ । ଯିଏ ଯିବ ପ୍ଲେ-ଅଫ ।ତେବେ ଏହି ପାଞ୍ଚୋଟି ଟିମ୍‌ ମଧ୍ୟରୁ ଚେନ୍ନାଇ, ହାଇଦ୍ରାବାଦ୍, ବାଙ୍ଗାଲୋର ଟିମ୍‌ଙ୍କ ମଧ୍ୟରୁ ୨ଟି ଯିବ ପ୍ଲେ-ଅଫ ଯିବାର ବହୁତ ସମ୍ଭାବନା ରହିଛି । 

ସେପଟେ ଦିଲ୍ଲୀ ଏବେ ଲକ୍ଷ୍ନୌ ଟିମ୍‌ ପ୍ଲେ-ଅଫ୍ ଯିବା ନା ସହିତ ସମାନ । କାହିଁକି ନା ଦୁଇଟି ଟିମ୍‌ ପାଖରେ ରନ୍‌ ରେଟ୍‌ ସେତେ ଭଲ ନାହିଁ । ଦିଲ୍ଲୀ ସମସ୍ତ ମ୍ୟାଚ୍‌ ଖେଳି ମାତ୍ର ୧୪ ପଏଣ୍ଟ ହାସଲ କରିଛି । ଆଉ ରନ୍‌ ରେଟ୍‌ -୦.୩୭୭ ରହିଛି । ସେହିପରି ଲକ୍ଷ୍ନୌ ଟିମ୍‌ ୧୩ ମ୍ୟାଚ୍‌ରୁ ୧୨ ଅଙ୍କ ପାଇଛି । ଯଦି ଟିମ୍‌ ଶେଷ ମ୍ୟାଚ୍‌ ଲକ୍ଷ୍ନୌ ଟିମ୍ ବିଜୟୀ ହେବ । ତେବେ ଯାଇ ୧୪ ପଏଣ୍ଟ ହାସଲ କରିବ । ଏହାସହିତ ଟିମ୍‌ର ଏବେ ରନରେଟ୍‌ -୦.୭୮୭ ରହିଛି । ଲକ୍ଷ୍ନୌର ଶେଷ ମ୍ୟାଚ୍‌ ୧୭ ମେ କୁ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ରହିଛି । 

ଏବେ ଆସନ୍ତୁ ଜାଣିବା ମୁମ୍ବାଇ , ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିଷୟରେ । ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଟିମ୍‌ ଏବଂ ବିରାଟ କୋହଲି ବାଙ୍ଗାଲୁରୁ ନିଜ ନିଜର ଶେଷ ମୁକାବିଲା ଆସନ୍ତା ୧୮ ତାରିଖରେ ଖେଳିବେ । ଆରସିବିର ଘରୋଇ ଷ୍ଟାଡିୟମ ଏମ୍‌ ଚିନାସ୍ୱାମୀରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍‌ । ତେବେ ଯଦି ଏହି ମ୍ୟାଚ୍‌କୁ ଆରସିବି ୧୮ ରନ୍‌ରେ ଜିତୁଛି । ତେବେ ଯାଇ ପଏଣ୍ଟ ଟେବୁଲରେ ଉନ୍ନତି ହେବ । ଆଉ ଚେନ୍ନାଇ ଟିମ୍‌କୁ ପଛରେ ପକାଇ ପ୍ଲେ-ଅଫ ପାଇଁ ବାଙ୍ଗାଲୋର ଟିମ୍‌ କ୍ୱାଲିଫାଏ କରିବ । ସେପଟେ ଯଦି ହାଇଦ୍ରାବାଦ୍ ନିଜର ଆଗାମୀ ଦୁଇଟି ମ୍ୟାଚ୍‌ ହାରୁଛି । ତେବେ ଯାଇ ଚେନ୍ନାଇ ଟିମ୍‌ ପ୍ଲେ-ଅଫ ପାଇଁ କ୍ୱାଲିଫାଏ କରିପାରିବ । 

ଅନ୍ୟ ସମୀକରଣରେ ଯଦି ଚେନ୍ନାଇ ଟିମ୍‌ ବାଙ୍ଗାଲୋରକୁ ହରାଇଦିଏ । ତେବେ ଯାଇ କୋହଲିଙ୍କ ବାଙ୍ଗାଲୋର ଟିମ୍‌ ପୁରା ଭାବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଯିବ । ଆଉ ଚେନ୍ନାଇ ଟିମ୍‌ ପ୍ଲେ-ଅଫରେ କରିବ ଏଣ୍ଟ୍ରି । ଏହି ମ୍ୟାଚ୍‌ର ରେଜଲ୍ଟ ପରେ ଦିଲ୍ଲୀ ଏବଂ ଲକ୍ଷ୍ନୌ ଟିମ୍ ପାଇଁ ନୂଆ ଆଶା ଦେଖାଯିବ । ଯଦି ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଟିମ୍‌ ପ୍ଲେ-ଅଫରେ ପହଞ୍ଚିବା । ତେବେ ଯାଏଁ ବାକି ୨ଟି ମ୍ୟାଚ୍‌ରେ ଦଳକୁ ବିଜୟୀ ହେବାକୁ ପଡିବ ।ଯଦି ଟିମ୍‌ ବାକି ଦୁଇଟି ମ୍ୟାଚ୍‌ ହାରୁଛି । ତେବେ ରନ୍‌ରେଟ୍‌ରେ ସ୍ଥିତି ଗଡ଼ବଡ଼ ରହିବ । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.