ଆପଣମାନେ ମୋତେ ଆଉ ଦେଖିବାକୁ ପାଇବେନି’, ବିରାଟଙ୍କ ଏହି ମନ୍ତବ୍ୟରେ ଫ୍ୟାନ୍ସ ହେଲେ ଭାବପ୍ରବଣ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬/୦୫: ବିରାଟ କୋହଲି । ଆଇପିଏଲ୍ ୨୦୨୪ରେ ଜାରି ରହିଛି ଜବରଦସ୍ତ ଫର୍ମ । ଅରେଞ୍ଜ କ୍ୟାପ୍‌ ରେସ୍‌ରେ ସବୁଠୁ ଆଗରେ । ଏହି ସିଜନ କୋହଲିଙ୍କ ଆଇପିଏଲ୍ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ସିଜନ ଥିଲା । ଏପର୍ଯ୍ୟନ୍ତ ସେ ୧୩ଟି ମ୍ୟାଚରେ କରିଛନ୍ତି ୬୬୧ରନ୍ ସଂଗ୍ରହ କରିଛନ୍ତି । ଯାହା ୨୦୧୬ ରେ ୯୭୩ ପରେ ସର୍ବାଧିକ ଅଟେ । 

କିନ୍ତୁ ଟୁର୍ଣ୍ଣାମେଣ୍ଟ ସମୟରେ ବିରାଟ କୋହଲି ଏପରି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରୁଛି । ବାସ୍ତବରେ ବିରାଟ କୋହଲିଙ୍କ ଅବସର ବିଷୟରେ କହିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଫିସିଆଲ ସୋସିଆଲ ମିଡିଆରୁ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ କୋହଲି ତାଙ୍କ କ୍ୟାରିୟର ଶେଷ କରିବା ବିଷୟରେ କହିଥିଲେ । 

କୋହଲି କହିଛନ୍ତି ଯେ ସେ ସବୁଦିନ ପାଇଁ ଖେଳି ପାରିବେ ନାହିଁ, ତେଣୁ ସେ କିଛି ଛାଡିବାକୁ ଚାହାଁନ୍ତି ନାହିଁ ପରେ ଯାହାକୁ ନେଇ ସେ ଅନୁତାପ କରିପାରନ୍ତି । 

ଭିଡିଓରେ ଆୟୋଜକ କୋହଲିଙ୍କୁ ପଚାରିଥିଲେ, "ବିରାଟ, ଏକ ପରିବର୍ତ୍ତନଶୀଳ ଖେଳରେ, ଆପଣଙ୍କୁ ଆଗକୁ ଯିବାକୁ କଣ କରିବାକୁ ଚାହିଁବେ ? ପ୍ରତ୍ୟେକ ମ୍ୟାଚରେ ଆପଣ କିପରି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ?" ଏହି ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି, "କ୍ରୀଡ଼ାବିତ୍ ଭାବରେ ଆମର କ୍ୟାରିୟର ଶେଷ କରିବାକୁ ଚାହୁଁଛି । ସେଥିପାଇଁ ମୁଁ ପୁନର୍ବାର କାମ କରୁଛି । ମୁଁ କୌଣସି କଥାକୁ ମୁନରେ ରଖି କ୍ୟାରିୟର ଶେଷ କରିବାକୁ ଚାହେଁ ନାହିଁ । ଏମିତି ଭାବିରେ ମୁଁ ସବୁଦିନ ପାିଇଁ ଖେଳିପାରିବି ନାହିଁ । 


କିଙ୍ଗ କୋହଲି ଆହୁରି ମଧ୍ୟ କହିଛନ୍ତି, "ମୋ ପାଇଁ କ୍ରିକେଟ୍‌ର କୌଣସି କାମ ଅସମ୍ପୂର୍ଣ୍ଣ ଛାଡିବା ଏବଂ ପରେ ଅନୁତାପ ନକରିବା ବିଷୟରେ ଅଟେ । ଥରେ କ୍ୟାରିୟର ସରିବା ପରେ ଆଉ ହାତରେ କିଛି ନଥାଏ । ତୁମେ ମୋତେ ଆଉ ଦେଖିବାକୁ ପାଇବନି । କୋହଲିଙ୍କ ଏହି ବିବୃତ୍ତି ପ୍ରଶଂସକଙ୍କୁ ବେଶ୍ ଭାବପ୍ରବଣ କରିଛି । 

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, "ଏହା ଶୁଣିବା ପରେ ମୋତେ ଆଉ ନିଦ ହେବନି ।  ଆପଣ ଖେଳିବା ଛାଡନ୍ତୁ ନାହିଁ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, "ତୁମର ଉପସ୍ଥିତି ଆମ ପାଇଁ ବହୁତ କିଛି କିଙ୍ଗ । ୨୦୨୭ ପର୍ଯ୍ୟନ୍ତ ଖେଳ, ତୁମର ଉପସ୍ଥିତି ଆମ ପାଇଁ ବହୁତ ଭଲ ଅଟେ । ସେହିଭଳି ପ୍ରଶଂସକମାନେ ସେମାନଙ୍କର ଭାବପ୍ରବଣ ପ୍ରତିକ୍ରିୟା ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.