ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଟ୍ରାଫିକ୍ କଟକଣା, ଅପରାହ୍ନ ସାଢ଼େ ୪ଟାରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ମନା

Published By : Prameya-News7 Bureau | May 16, 2024 IST

ଭୁବନେଶ୍ୱର ୧୬।୫: ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ' ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ । ସେଥିପାଇଁ କିଛି ମୁଖ୍ୟ ରାସ୍ତା ଓ ଗଳି ରାସ୍ତାକୁ ବନ୍ଦ କରାଯାଇଛି । ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ଅର୍ବାନ ଆକ୍ଟ ଏବଂ କମିଶନରେଟ୍‌ ପୋଲିସ ପବ୍ଲିକ୍‌ ଅର୍ଡର ୨୦୦୮ ଅନୁସାରେ ଟ୍ରାଫିକ୍‌ ନିର୍ଦ୍ଦେଶନାମା ଲାଗୁ କରାଯାଇଛି ।

ଗୁରୁବାର ଅପରାହ୍ନ ସାଢ଼େ ୪ଟାରୁ ରୋଡ୍‌ ଶୋ' ସରିବା ପର୍ଯ୍ୟନ୍ତ ୟୁନିଟ୍‌-୬ ସ୍ଥିତ ଗଙ୍ଗନଗର ଛକଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ୍‌-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଳୀ ସ୍କୁଲ୍‌ ରାସ୍ତା, ଶ୍ରୀକୃଷ୍ଣ କ୍ଲବ ରାସ୍ତା, ନିକୋ ପାର୍କ ଛକ, ବାୟାବାବା ମଠ ରୂପାଲୀ ଛକ, ରାମ ମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଛକ ଶିଶୁଭବନ ରାସ୍ତାରେ କୌଣସି ପ୍ରକାର ଯାନବାହାନ ଯିବାଆସିବା କରିପାରିବ ନାହିଁ । ଉକ୍ତ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ ମଧ୍ୟ କୌଣସି ପ୍ରକାର ଯାନବାହାନ ଯିବା ଆସିବା କରିବ ନାହିଁ । ନିୟମ ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

You Can Read :

ପୁରୀ ମଠ ଭଙ୍ଗା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍, କହିଲେ, ‘ମଙ୍ଗୁ ମଠର ପବିତ୍ରତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ’

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.