ମୁମ୍ଵାଇ ୦୯।୦୯; କ୍ରିକେଟ୍ ପିଚ୍‌ରେ ‘କିଙ୍ଗ୍’ କୋହଲି… ଆଉ ମଇଦାନ ବାହାରେ ଫ୍ୟାମିଲି ମ୍ୟାନ। କାହିଁକି ନା ଲଣ୍ଡନରେ ପୁଣି ନଜର ଆସିଛି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାମିଲି ମୋମେଣ୍ଟ। ପୁଅ ଅକାୟଙ୍କ ଷ୍ଟ୍ରୋଲର୍ ଧରି ‘ଡ୍ୟାଡି ଡ୍ୟୁଟି’ କରୁଥିବା ବିରାଟଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ କରୁଛି ।

କ୍ୟାଜୁଆଲ୍ ସ୍ୱେଟସାର୍ଟ ଓ ଜିନ୍ସରେ ବିରାଟଙ୍କ କୁଲ୍ ଲୁକ୍। ସେପଟେ ସ୍ପୋର୍ଟି ଲୁକ୍ରେ ଅନୁଷ୍କା। କିନ୍ତୁ ଏହି ଷ୍ଟାର୍ କପଲ୍ଙ୍କ ଲୁକ୍ଠାରୁ ଅଧିକ ନଜର ଅଟକିଛି ବିରାଟଙ୍କ ‘ଡ୍ୟାଡି ଡ୍ୟୁଟି’ ଉପରେ। ଦୁହେଁଙ୍କୁ ଏକାଠି ବୁଲୁଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଏହି ଫଟୋ। ଆଉ ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ବଢ଼ିଛି ଚର୍ଚ୍ଚା।

ହାତରେ ବ୍ୟାଟ୍ ନୁହେଁ… ଏଥର ଷ୍ଟ୍ରୋଲର୍!

ବିରାଟଙ୍କୁ ତାଙ୍କ ପୁଅ ଆକାୟଙ୍କ ଷ୍ଟ୍ରୋଲର୍ ଠେଲୁଥିବାର ଦେଖିବାକୁ ମିଳିଛି। ଷ୍ଟ୍ରୋଲର୍ରେ ଆକାୟ ନଜର ଆସୁନାହାନ୍ତି, ତଥାପି ବାପାଙ୍କ ଏହି ଛୋଟିଆ ଦାୟିତ୍ୱ ଏବେ ଫ୍ୟାନ୍ମାନଙ୍କ ମନ ଜିଣିଛି। କୁହାଯାଉଛି, ପୁଅ ନର୍ସରୀରୁ ଫେରିବା ଅପେକ୍ଷାରେ ବିରାଟ ଷ୍ଟ୍ରୋଲର୍ ସମ୍ଭାଳୁଥିଲେ। ଆଉ ପାଖରେ ଥିଲେ ଅନୁଷ୍କା। ଷ୍ଟାର୍ ଦମ୍ପତିଙ୍କ ଏହି ସିମ୍ପଲ ଫ୍ୟାମିଲି ମୋମେଣ୍ଟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ବିରାଟ ଓ ଅନୁଷ୍କା ନିଜ ପିଲାମାନଙ୍କୁ ମିଡିଆ ଲାଇମଲାଇଟ୍ଠାରୁ ଦୂରରେ ରଖିବାକୁ ସବୁବେଳେ ଚେଷ୍ଟା କରିଆସିଛନ୍ତି। ପରିବାର ସହ ଏକ ଶାନ୍ତ, ସାଧାରଣ ଜୀବନ ବିତାଇବାକୁ ଦୁହେଁ ଖୁବ୍ ପସନ୍ଦ କରନ୍ତି।

ମଇଦାନରେ ବିରାଟଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଯେତିକି ଚର୍ଚ୍ଚିତ, ପରିବାର ସହ ତାଙ୍କର ଏହି ନରମ ଓ ସରଳ ରୂପ ମଧ୍ୟ ଫ୍ୟାନ୍ମାନଙ୍କୁ ସେତିକି ପସନ୍ଦ। ବ୍ୟାଟ୍ରେ ରେକର୍ଡ ଭାଙ୍ଗୁଥିବା ବିରାଟ… ଆଉ ଘରେ ପିଲାଙ୍କ ଷ୍ଟ୍ରୋଲର୍ ଧରୁଥିବା ବାପା। କୋହଲିଙ୍କ ଏହି ଦୁଇଟି ରୂପ ହିଁ ତାଙ୍କ ଫ୍ୟାନ୍ମାନଙ୍କ ପାଇଁ ଆହୁରି ଖାସ୍ କରିଦେଇଛି।