LIVE TV

ଭି.ସେନ୍ଥିଲବାଲାଜୀଙ୍କୁ '୧୦ ଟଙ୍କିଆ ମନ୍ତ୍ରୀ' କହି ଗୀତ ଗାଇଲେ ବିଜୟ, ତାପରେ ଘଟିଲା ଅଘଟଣ

NEWS7
Crowd panicked

ନୂଆଦିଲ୍ଲୀ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ । ଯିଏ ଜନତାଙ୍କ ଦାୟିତ୍ବ ନେବାକୁ ମଞ୍ଚ ଉପରେ କହୁଥିଲେ, ତାଙ୍କରି ଆଖି ସାମ୍ନାରେ ମୃତ୍ୟୁ ରଚିଥିଲା ଆତଙ୍କ । ତାମିଲନାଡୁ କରୁର୍‌ରେ ଦଳଚକଟା ହୋଇ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୧୭ ମହିଳା ଓ ୧୦ ଶିଶୁ ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ହେଲେ କିଛି ପ୍ରତ୍ୟକ୍ଷଦର୍ଶୀ ଅଘଟଣର କାରଣ ବିଷୟରେ କହିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେବ

ପ୍ରତ୍ୟକ୍ଷଦର୍ଶୀ ଅଘଟଣକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ରାଲିରେ ବିଳମ୍ବରେ ପହଞ୍ଚିଥିଲେ ବିଜୟ। ଏହା ପରେ ଗୀତ ଗାଇବାକୁ ଲାଗିଥିଲେ ଭି.ସେନ୍ଥିଲବାଲାଜୀଙ୍କୁ ୧୦ ଟଙ୍କିଆ ମନ୍ତ୍ରୀ କହି ଗୀତ ଗାଇଥିଲେ । ଏହା ପରେ ସ୍ଥିତି ବିଗିଡିଥିଲା । ଭିଡ ଭିତରେ ସ୍ଥିତି ଅସମ୍ଭାଳ ହୋଇଥିଲା । ପୁଲିସ ଲାଠିଚାର୍ଜ କରିଥିଲା । ଏହାପରେ ଲୋକମାନେ ଭୟରେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ପରସ୍ପରକୁ ଠେଲାପେଲା କରିଥିଲେ । କିଛି ବାପାମାଆ ସେମାନଙ୍କ ପିଲାଙ୍କୁ ଧରିଥିଲେ ।  ସେମାନେ ବି ଭିଡ ଭିତରେ ଫସି ଯାଇଯାଇଥିଲେ । କିନ୍ତୁ ଏଆଇଏଡିଏମକେ ଜେନେରାଲ ସେକ୍ରେଟାରୀ ଇଡାପାଡ୍ଡୀ ପଲାନିସ୍ୱୀମୀ ଭିନ୍ନ ବୟାନ ଦେଇଛନ୍ତି। କହିଛନ୍ତି ରେଣ୍ଟ ଲାଗିବାରୁ ଦଳାଚକଟା ହୋଇଥିଲା।

ବିଜୟଙ୍କ ରାଲିରେ ହୋଇଥିବା ଅଘଟଣକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତାମିଲନାଡୁର କରୁର୍‌ରେ ଟିଭିକେ । ପୁଲିସ୍ କାହିଁକି ଲାଠି ଚଲାଇଲା ବୋଲି ପ୍ରଶ୍ନ କରିଛି ଟିଭିକେ। ଦଳଚକଟା ପଛରେ ଡିଏମକେର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିଛି ଦଳ। ରାଲିକୁ ଅସଫଳ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି ଦଳ