ନ୍ୟୁୟର୍କ, ୩୦। ୦୭ : ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ସାଉଦି ଆରବର ଏଣ୍ଟ୍ରି ପରେ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଛି । ଗୁରୁବାର ଇରାନ ଭିତରେ ଆମେରିକା ଅନେକ ସ୍ଥାନକୁ ଟାର୍ଗେଟ୍ କରିଛି । ଏହାସହ ଯୁଦ୍ଧରେ ଲାଗିଥିବା ସାମୟିକ ବିରାମ ମଧ୍ୟ ଶେଷ ହୋଇଯାଇଛି ।

ରିପୋର୍ଟ ଅନୁସାରେ, ଇରାନ ଜୋର୍ଡାନରେ ଥିବା ଆମେରିକାର କିଛି ସାମରିକ ଘାଟିକୁ ଟାର୍ଗେଟ୍ କରିଥିଲା । ଯାହାକୁ ଆକାଶରେ ଇଣ୍ଟରସେପ୍ଟ୍ କରାଯାଇଥିବା ୟୁଏସ ସେଣ୍ଟ୍ କମ୍ କହିଥିଲା । ସେଣ୍ଟକମର କହିବାନୁସାରେ, ଇରାନ ମାଟିରୁ କିଛି ମିସାଇଲ ମାଡ଼ କରାଯାଇଥିଲା । ଆମେରିକା ସୈନ୍ୟଙ୍କ ଉପରେ ହଠାତ ଆକ୍ରମଣ ହୋଇଥିଲା । ଏବେ ଇରାନ ବିରୋଧରେ ଭୟଙ୍କର ଲଢେଇ ଆରମ୍ଭ ହୋଇଛି । ଏହା ଆମେରିକା ସୈନ୍ୟଙ୍କ ଟାର୍ଗେଟର ପ୍ରତିଶୋଧ ଅଟେ ।

Also Read :- ଯୁଦ୍ଧରେ ଏଣ୍ଟ୍ରି କଲା ସାଉଦି ଆରବ, ୨୦ ଇରାନ ସମର୍ଥକଙ୍କୁ ମାରିଦେଲା ! ଏବେ ଆହୁରି ଭୟଙ୍କର ଲଢେଇ

ଆକ୍ରମଣର କିଛି ମିନିଟ୍ ପୂର୍ବରୁ ଟ୍ରମ୍ପ୍ ଚେଚାବନୀ ଦେଇଥିଲେ । ସେ କହିଥିଲେ ଯେ, ଆମେରିକା ସେନା ଉପରେ ଆକ୍ରମଣର ଜବାବ ଦିଆଯିବ । ଇରାନକୁ ସେ ଛାଡି଼ବେ ନାହିଁ । ସେମାନେ ତେହେରାନକୁ ପରାସ୍ତ କରିବେ । ଭୟଙ୍କର ଆକ୍ରମଣ କରିବେ । ଇରାନକୁ ବହୁମୂଲ୍ୟ ଦେବାକୁ ପଡିବ ।

ନେତନ୍ୟାହୁଙ୍କ ସହ ସାକ୍ଷାତ ପରେ ଅଧିକ ଆକ୍ରମଣ

ଆମେରିକାର ଆକ୍ରମଣ ପୂର୍ବରୁ ହ୍ୱାଇଟ୍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାକ୍ଷାତ କରିଥିଲେ । ଉଭୟ ନେତାଙ୍କ ଆଲୋଚନାକୁ ସକରାତ୍ମକ କୁହାଯାଉଛି । ମଙ୍ଗଳବାର ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଇରାନ ହିଁ ମୁଖ୍ୟ ପ୍ରସଙ୍ଗ ଥିଲା । ଯାହା ଉପରେ ଦୁଇ ନେତା ଆଲୋଚନା କରିଥିଲେ ।