ଆରବ ସାଗର:ଆରବ ସାଗରରେ ଏକ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ଆମେରିକୀୟ ନୌସେନାର ଏକ MH-60S ସି-ହକ୍ (Sea Hawk) ହେଲିକପ୍ଟର ଜରୁରୀକାଳୀନ ଅବତରଣ ସମୟରେ ସମୁଦ୍ରରେ ଖସିପଡ଼ିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ମଧ୍ୟରେ ଜଣେ କ୍ରିଉ ମେମ୍ବର ନଥିଲେ ।

ଏହି ଘଟଣା ଜୁଲାଇ ୧ ତାରିଖ ଅର୍ଥାତ କାଲି ଭୋର ୩:୩୦ରେ ଘଟିଛି। ହେଲିକପ୍ଟରଟି 'USS ଜର୍ଜ ଏଚ୍.ଡବ୍ଲ୍ୟୁ. ବୁଶ୍' ଏୟାରକ୍ରାଫ୍ଟ କ୍ୟାରିଅର୍ ସହ ମୁତୟନ ଥିଲା। ହେଲିକପ୍ଟରରେ ମୋଟ ୪ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁମାନେ ଆହତ ହୋଇଛନ୍ତି। ତେବେ, ଏବେ ମଧ୍ୟଜଣେ ସଦସ୍ୟ ନିଖୋଜଅଛନ୍ତି। ଆମେରିକୀୟ ନୌସେନା ଏବଂ ସେହି ଅଞ୍ଚଳରେ ଥିବା ଅନ୍ୟାନ୍ୟ ସହାୟକ ଦଳ ନିଖୋଜ ସଦସ୍ୟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି।

କାରଣ ଓ ପରିସ୍ଥିତି:

ଆମେରିକା ମିଲିଟାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହା କୌଣସି ଶତ୍ରୁପକ୍ଷର ଆକ୍ରମଣ କିମ୍ବା 'ହୋଷ୍ଟାଇଲ୍ ଆକ୍ସନ୍' ନୁହେଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। 'USS ଜର୍ଜ ଏଚ୍.ଡବ୍ଲ୍ୟୁ. ବୁଶ୍' ଏପ୍ରିଲ ୨୦୨୬ରୁ ମଧ୍ୟପ୍ରାଚ୍ୟରେ ମୁତୟନ ରହିଛି। ଆମେରିକାର US 5th Fleet ପର୍ସିଆନ୍ ଗଲ୍ଫ, ଆରବ ସାଗର ଏବଂ ଭାରତ ମହାସାଗରର କିଛି ଅଂଶରେ ସୁରକ୍ଷା ଓ ଅପରେସନ ଦାୟିତ୍ୱରେ ରହିଛି। ଏହି ଅଞ୍ଚଳରେ ହର୍ମୁଜ ପ୍ରଣାଳୀ (Strait of Hormuz) ଏବଂ ବାବ୍ ଅଲ୍-ମଣ୍ଡାବ ପରି ରଣନୈତିକ ସ୍ଥାନଗୁଡ଼ିକରେ ସୁରକ୍ଷା ବଜାୟ ରଖିବା ଏହି ନୌସେନା ବାହିନୀର ମୁଖ୍ୟ କାମ।

ଏହି ଦୁର୍ଘଟଣା ବର୍ତ୍ତମାନର ସ୍ଥିତିରେ ଏକ ଚିନ୍ତାର ବିଷୟ ପାଲଟିଛି। ନିଖୋଜ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।