ନୂଆଦିଲ୍ଲୀ ୦୨/୦୩: ଆମେରିକା ଓ ଇସ୍ରାଏଲୀ ଆକ୍ରମଣ ଯୋଗୁଁ ଗତ ୪୮ ଘଣ୍ଟା ମଧ୍ୟରେ ଇରାନକୁ ଲାଗିଛି ଶକ୍ତ ଆଘାତ । ଅନେକ ମାତ୍ରାରେ କ୍ଷତି ସହିଛି ଇରାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ ଏହି ଆକ୍ରମଣରେ ୪୮ ଜଣ ଇରାନୀ ନେତାଙ୍କ ମୃତ୍ୟୁ ହୋଇଛି । ସେ କହିଛନ୍ତି, ଏହା ଦ୍ରୁତ ଗତିରେ ଚାଲିଛି । କେହି ବିଶ୍ୱାସ କରିପାରିବେ ନାହିଁ ଯେ ଆମେ କେତେ ସଫଳତା ହାସଲ କରିଛୁ ।

ଗୋଟିଏ ଆକ୍ରମଣରେ ୪୮ ଜଣ ନେତାଙ୍କୁ ନିପାତ କରାଯାଇଛି। ଟ୍ରମ୍ପ ଫକ୍ସ ନ୍ୟୁଜ ସହିତ ଏକ ସାକ୍ଷାତକାରରେ ଏହା କହିଛନ୍ତି । ଇସ୍ରାଏଲୀ ସେନା (IDF) କହିଛି ଯେ ଏହି ଆକ୍ରମଣରେ ୪୦ ଜଣ ଟପ୍ ଇରାନୀ ସାମରିକ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ଇରାନର ଚିଫ୍ ଅଫ୍ ଷ୍ଟାଫ୍ ଅବଦୁଲରହିମ୍ ମୁସାଭି ମଧ୍ୟ ସାମିଲ ଅଛନ୍ତି ।

IDF ଅନୁଯାୟୀ, ଖାମେନିଙ୍କ ଉପରେ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ତୁରନ୍ତ ହୋଇଥିଲା।ରବିବାର ଟ୍ରମ୍ପ କହିଥିଲେ ଯେ ଆମେରିକୀୟ ସେନା ଇରାନର ନୌସେନାକୁ ନିରପେକ୍ଷ କରୁଛନ୍ତି । ଏପର୍ଯ୍ୟନ୍ତ ନଅଟି ଇରାନୀ ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଛନ୍ତି । ସେ କହିଛନ୍ତି, "ସେମାନେ ଖୁବ୍ ଶୀଘ୍ର ସମୁଦ୍ର ତଳେ ଭାସିଯିବେ । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକାର ଆକ୍ରମଣରେ ଇରାନୀ ନୌସେନା ମୁଖ୍ୟାଳୟକୁ ପ୍ରବଳ କ୍ଷତି ହୋଇଛି । ଇରାନୀ ସେନା ଶହ ଶହ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ସହିତ ପ୍ରତିଶୋଧ ନେଇଛନ୍ତି ।

ଆମେରିକୀୟ ସେନା ନିଶ୍ଚିତ କରିଛି ଯେ ଏପର୍ଯ୍ୟନ୍ତ ସଂଘର୍ଷରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଛି ଓ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଆମେରିକୀୟ ସୈନ୍ୟ ମୁଖ୍ୟଙ୍କ ଅନୁଯାୟୀ, ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ମିଳିତ କାର୍ଯ୍ୟାନୁଷ୍ଠାନ ଦେଶର ଅନେକ ପ୍ରମୁଖ ସାମରିକ ଓ ରାଜନୈତିକ ନେତାଙ୍କୁ ନିପାତ କରିଛି । ଯେଉଁଥିରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ମଧ୍ୟ ସାମିଲ ଅଛନ୍ତି। ଏହି ସଂଘର୍ଷ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ବ୍ୟାପିଯାଇଛି ।

ଇରାନୀ କ୍ଷେପଣାସ୍ତ୍ରଗୁଡ଼ିକ UAE, କତାର, ସାଉଦି ଆରବ, କୁଏତ, ବାହାରିନ ଏବଂ ଜୋର୍ଡାନକୁ ଟାର୍ଗେଟ କରିଛନ୍ତି। ଇରାନୀ କ୍ରାନ୍ତିକାରୀ ଗାର୍ଡ ରବିବାର ଦାବି କରିଛି ଯେ ଆମେରିକୀୟ ବିମାନ ବାହକ USS ଆବ୍ରାହମ ଲିଙ୍କନ ଉପରେ ଚାରୋଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । କିନ୍ତୁ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ କହିଛି ଯେ କ୍ଷେପଣାସ୍ତ୍ରଗୁଡ଼ିକ ବାହକ ପର୍ଯ୍ୟନ୍ତ ପହଞ୍ଚି ନଥିଲା । ବାହକଟି ଏବେ ବି ଏହି ଅଞ୍ଚଳରେ କାର୍ଯ୍ୟ କରୁଛି।

also read...

ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ୍ ଫଟୋରୁ ଆସିଲା ଭୟଙ୍କର ଚିତ୍ର