ତେହେରାନ,୮|୦୬ଆମେରିକା ଏବଂ ଇରାନ୍ ପୁଣି ଯୁଦ୍ଧକୁ ଓହ୍ଲାଇଲେଣି । ଶାନ୍ତି ଚୁକ୍ତି ପରେ ମାହୋଲ ଗରମ ହେଲାଣି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ଇରାନ ଉପରେ ଦ୍ୱିତୀୟ ଥର ଆକ୍ରମଣ କରିଛି । ଅନେକ ସୈନ୍ୟ ବେସ୍ ଉପରେ ୟୁଏସ ଏୟାରଫୋର୍ସ ଷ୍ଟ୍ରାଇକ୍ କରିଛି ।

ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ସେନା ଇରାନର ମିଲିଟାରୀ ସର୍ଭିଲାନ୍ସ ଇନଫ୍ରାଷ୍ଟ୍ରକଚର୍, କମ୍ୟୁନିକେସନ ସିଷ୍ଟମ୍ ଏବଂ ଏୟାର ଡିଫେନ୍ସ ସାଇଟ୍ସକୁ ଟାର୍ଗେଟ୍ କରିଛି । ଏପରିକି ସେମାନଙ୍କ କିଛି ବଙ୍କରକୁ ମଧ୍ୟ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି ।

Also Read :-କରାଚୀ ବିସ୍ଫୋରଣ : ୪ ଯବାନ ମୃତ, ସେନା ଗୁଳିଲେ ଟଳିଲେ ୬ ଆତଙ୍କବାଦୀ

ଇରାନର ସିରିକ୍ ସହରରେ ବିସ୍ପୋରଣ

ଇରାନୀ ସରକାରୀ ଗଣମାଧ୍ୟମ ଆଇଆରଆଇବି କହିଛି ଯେ, ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ସିରିକ୍ ସହରରେ ବିସ୍ଫୋରଣ ହୋଇଛି । ଲୋକେ ବିସ୍ଫୋରଣର ଶବ୍ଦ ଶୁଣିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହାପୂର୍ବରୁ ଶୁକ୍ରବାର ଆମେରିକା ଇରାନ ଉପରେ ଭୟଙ୍କର ଆଟାକ୍ କରିଥିଲା । ସିଙ୍ଗାପୁରର ଏକ କାର୍ଗୋ ଜାହାଜ ଉପରେ ହର୍ମୋଜରେ ଆକ୍ରମଣ ପରେ ଆମେରିକା ଜବାବ ଦେଇଥିଲା । ଏପରିକି ଇରାନର ଡ୍ରୋନକୁ ମଧ୍ୟ ୟୁଏସ ଇଣ୍ଟରସେପ୍ଟ କରିବାରେ ସଫଳ ହୋଇଥିଲା । ଫଳରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢିଥିଲା ।

ଟ୍ରମ୍ପଙ୍କ ପ୍ରତିକ୍ରିୟା

ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ କେବେ ସୁଧିରିବନି । ଯଦି ଆମେରିକା ଚାହିଁବ ତାହାଲେ ଇରାନକୁ ଧ୍ୱଂସ କରିଦେବ । ତେହେରାନ ଯୁଦ୍ଧ ପାଇଁ ବାଧ୍ୟ କରୁଛି । ଅନ୍ୟ ଦିଗରେ ଇରାନ ମଧ୍ୟ ଆମେରିକାକୁ ଧମକ ଦେଇଛି । ଆମେରିକା ଆଟାକ୍ କଲେ ଗଲଫ୍ ଅଞ୍ଚଳ ନର୍କ ପାଲଟିଯିବ ବୋଲି ତେହେରା ପକ୍ଷରୁ କୁହାଯାଇଛି ।