ଲୋଇସିଂହା ପରିବର୍ତ୍ତନ ସମାବେଶରେ ପରିବର୍ତ୍ତନର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 04, 2024 IST

ବଲାଙ୍ଗୀର ୪।୫: ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋଇସିଂହା ଆଗଲପୁର ମିନି ଷ୍ଟାଡିୟମରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ଟିଟିଲାଗଡ଼ ସହ ଲୋଇସିଂହାର ୩ଟି ନିର୍ବାଚନ ମଣ୍ଡଳୀରେ ହୋଇଛି କାର୍ଯ୍ୟକ୍ରମ । ଦିନ ୪.୪୫ ମିନିଟରେ  ଲୋଇସିଂହାର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ଥିଲେ ସେଠାରୁ ମିନି ଷ୍ଟାଡିୟମକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ପରିବର୍ତ୍ତନ ସମାବେଶରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ । 

ଏହି ସମାବେଶରେ ଲୋକସଭା ପ୍ରାର୍ଥୀ ସଂଗୀତା ସିଂଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡ଼. ମୁକେଶ ମହାଲିଙ୍ଗ ଓ ସ୍ଥାନୀୟ ନେତା ଯୋଗ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଦୀର୍ଘ ୨୪ ବର୍ଷରେ କିଭଳି ବିକାଶ ହୋଇଛି ତାହାକୁ ନେଇ ପ୍ରଶ୍ନ କରିବା ସହ କେନ୍ଦ୍ର ଦ୍ୱାରା କିଭଳି ଓଡିଶାର ବିକାଶ ହୋଇଛି ତାହାର ତାଲିକା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ବଲାଙ୍ଗୀରରେ ଲୋକସଭାରେ ସଂଗୀତା ସିଂଦେଓଙ୍କୁ ଓ ଡ଼. ମୁକେଶ ମହାଲିଙ୍ଗଙ୍କୁ ଭୋଟ୍ ଦେବାକୁ   ନିବେଦନ କରିଥିଲେ ମନ୍ତ୍ରୀ ଧର୍ଧେନ୍ଦ୍ର ପ୍ରଧାନ । ତା ସହ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୧୦ରୁ ଅଧିକ ଲୋକ ବିଜେପିରେ ଯୋଗଦାନ କରିଥିଲେ । 

You Can Read :

ଗୁଣପୁରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସାଂସଦ ବିପ୍ଳବ କୁମାର ଦେଓ, ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.