ସୁନ୍ଦରଗଡ଼ରେ ବିଜେପି ଟଙ୍କା ବାଣ୍ଟିବା ଅଭିଯୋଗ, ସିଇଓଙ୍କ ନିକଟରେ ବିଜେଡି ଫେରାଦ

Published By : Prameya-News7 Bureau | May 18, 2024 IST

ଭୁବନେଶ୍ବର ୧୮।୫: ସୁନ୍ଦରଗଡ଼ରେ ବିଜେପି ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ସୁନ୍ଦରଗଡ଼ ଅନ୍ତର୍ଗତ କାଇଁସର ଗାଁରେ ବିଜେପି କର୍ମକର୍ତ୍ତା ଭୀମସେନ ନାୟକ ଅର୍ଥ ବାଣ୍ଟୁଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ହାତରେ ପଡ଼ିଥିଲେ । ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ । ଏ ନେଇ ବିଜେଡି ମୁଖପାତ୍ର ମିହିର ରାୟ ସୂଚନା ଦେଇଛନ୍ତି ।

You Can Read :

ବିଜେଡିକୁ ଫେରି ବେଶ୍ ଖୁସି ରାଜେନ୍ଦ୍ର ଦାସ, ସେପଟେ ଘର ବାହୁଡାରେ କର୍ମୀ ବି ଉତ୍ସାହିତ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.