ବାଲେଶ୍ବରରେ AICC ଷ୍ଟାର୍ ପ୍ରଚାରକ ସଚିନ ପାଇଲଟ୍, ‘ସାରା ଦେଶରେ ପରିବର୍ତ୍ତନର ମାହୋଲ ଦେଖିବାକୁ ମିଳୁଛି’

Published By : Prameya-News7 Bureau | May 18, 2024 IST

ବାଲେଶ୍ବର ୧୮।୫: ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସିର ତାରକା ପ୍ରଚାରକ ସଚିନ ପାଇଲଟ ବାଲେଶ୍ବରରେ ମାରାଥନ ପ୍ରଚାର କରିଛନ୍ତି । ବାଲେଶ୍ବର ସହର ଓ ଭୋଗରାଇରେ ଦୁଇଟି ବିରାଟ ନିର୍ବାଚନୀ ସଭାରେ ସେ ଉଦବୋଧନ ଦେଇଛନ୍ତି । ଓଡ଼ିଶାରେ କଂଗ୍ରେସର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିବ । ୧୦ ବର୍ଷ ହେବ କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି । ସରକାର କ୍ଷମତାକୁ ଆସିବା ପୂର୍ବରୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ  ବେରୋଜଗାର, କଳାଧନ, ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଲୋକଙ୍କୁ ଦେଖାଇବା ପାଇଁ ଏମାନଙ୍କ ନିକଟରେ ରିପୋର୍ଟ କାର୍ଡ ନାହିଁ । ୧୦ ବର୍ଷ ହେବ କେନ୍ଦ୍ରରେ ଏନଡିଏ ସରକାର ଅଛି  ଓଡ଼ିଶା ପାଇଁ ବିଶେଷ ପଦକ୍ଷେପ ନେଇନାହାନ୍ତି । ଯେତେବେଳେ କଂଗ୍ରେସ ସରକାର ଥିଲା ବଡ଼ ବଡ଼ ଶିଳ୍ପ, କାରଖାନା  ଓ ଉଦ୍ୟୋଗ କରାଯାଇଥିଲା । ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ଖଣିଜ ସମ୍ପଦ ଭରପୁର ରହିଛି । କିନ୍ତୁ ଏଠାକାର ଲୋକେ ଗରିବ । ଆମେ ଏଠି ପରିବର୍ତ୍ତନ ଦେଖି ପାରୁଛୁ । ସାରାଦେଶରେ ମଧ୍ୟ ପରିବର୍ତ୍ତନର ମାହୋଲ ଦେଖିବାକୁ ମିଳୁଛି । 


ଏଠାକାର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବହୁ ଭୋଟରେ ବିଜୟୀ ହେବେ । ବିଜେପିର ନେତାମାନେ କେବଳ ଧର୍ମ, ହିନ୍ଦୁ, ମୁସଲମାନ ଓ ମନ୍ଦିର ଓ ମସଜିଦର କଥା କହୁଛନ୍ତି, ବିକାଶର କଥା କିମ୍ବା ଜନତାଙ୍କ କଥା କହୁନାହାନ୍ତି ବୋଲି ସଚିନ ପାଇଲଟ ତାଙ୍କ ବକ୍ତବ୍ୟରେ କହିଥିଲେ । ସଚିନ ପାଇଲଟଙ୍କ ସହ କଂଗ୍ରସର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବିଧାୟକ ପ୍ରାର୍ଥୀ ମାନେ ମଞ୍ଚରେ ଉପସ୍ଥିତ ଥିଲେ ।

You Can Read :

ବାଲେଶ୍ବରରେ ବିଜେପିର ୫ ହେଭିଓ୍ବେଟ୍, ଶହ ଶହ ସମର୍ଥକଙ୍କ ସହ ରୋଡ୍ ଶୋ’ରେ ହେଲେ ସାମିଲ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.