ଗୁଣପୁରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସାଂସଦ ବିପ୍ଳବ କୁମାର ଦେଓ, ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

Published By : Prameya-News7 Bureau | May 04, 2024 IST

ଗୁଣୁପୁର ୪।୫: ରାୟଗଡା ଜିଲ୍ଲା ଗୁଣପୁରରେ ବିଜେପିର କର୍ମୀ ସମ୍ମିଳନୀ । ଆୟୋଜିତ କର୍ମୀ ସମ୍ମିଳନୀରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ । ଏଥିରେ ମୋଦୀ ସରକାରଙ୍କ ଜନହିତକର ଯୋଜନା ଗୁଡିକ କହି ଚଳିତଥର ମଧ୍ଯ କେନ୍ଦ୍ରରେ ବିଜେପି ସରକାର ହେବ । ରାଜ୍ଯରେ ମଧ୍ଯ ବିଜେପି ପ୍ରାର୍ଥୀକୁ ଭୋଟ୍ ଦେଇ ଜିତାଇଲେ ଲୋକଙ୍କ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ ତ୍ରିପୁରାର ରାଜ୍ୟସଭା ସାଂସଦ ବିପ୍ଳବ କୁମାର ଦେଓ । 

ବିଜେପିର ଉଭୟ ଗୁଣପୁର ବିଧାନସଭା ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଓ କୋରାପୁଟ ଲୋକସଭା ପ୍ରାର୍ଥୀ କାଲିରାମ ମାଝୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଗୁଣପୁର ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, କୋରାପୁଟ ସଂସାଦ ପ୍ରାର୍ଥୀ କାଲିରାମ ମାଝୀ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ ।

You Can Read :

କୁକୁର ଆକ୍ରମଣରେ ଦେଢବର୍ଷର ଶିଶୁପୁତ୍ର ଗୁରୁତର, ବାରଣ୍ଡାରେ ଶୁଆଇ ଗାଧୋଇବାକୁ ଯାଇଥିଲା ମା’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.