ବିଜେଡିକୁ ଫେରି ବେଶ୍ ଖୁସି ରାଜେନ୍ଦ୍ର ଦାସ, ସେପଟେ ଘର ବାହୁଡାରେ କର୍ମୀ ବି ଉତ୍ସାହିତ

Published By : Prameya-News7 Bureau | May 18, 2024 IST

ଭଦ୍ରକ ୧୮।୫: ପୁଣି ଦଳକୁ ଫେରିଲେ ମାଟିର ପୁଅ ରାଜେନ୍ଦ୍ର ଦାସ । ଭଦ୍ରକ ଜିଲ୍ଲା ଧାମନଗର ରାଜନୀତି ଏବେ ନୂଆ ମୋଡ଼ ନେଇଛି । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଉପନିର୍ବାଚନ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । 

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ରାଜେନ୍ଦ୍ର ଦାସଙ୍କୁ ସୋର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିଥିଲା । କିନ୍ତୁ ନାମାଙ୍କନ ଦାଖଲ ପରେ ରାଜେନ୍ଦ୍ରଙ୍କ ଟିକେଟ୍ କାଟିଥିଲା ବିଜେପି । ପରେ ରାଜେନ୍ଦ୍ର ଦାସ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିବା ବେଳେ ଧାମନଗର ଛକ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ, ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସମେତ ବହୁ ନେତୃତ୍ୱ ଓ କର୍ମୀ ତାଙ୍କୁ ଶୋଭଯାତ୍ରାରେ ଧାମନଗରକୁ ନେଇଛନ୍ତି । ସେଠାରେ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଭେଟି ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ବ୍ଲକ୍ ସଭାପତି କହିଛନ୍ତି ଯେ, ରାଜେନ୍ଦ୍ର ଦାସଙ୍କ ଘର ବାହୁଡା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । 

ସେପଟେ ରାଜେନ୍ଦ୍ର କହିଛନ୍ତି, ବିଜେଡିକୁ ଫେରି ବେଶ ଖୁସି ଅଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

You Can Read :

ସମ୍ବେଦନଶୀଳ ବୁଥ୍ ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ, ୬୦% ବୁଥ୍ରେ ଲାଇଭ ଷ୍ଟ୍ରିମିଙ୍ଗ : ସିଇଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.