ମୁମ୍ଵାଇ ୧୮। ୦୫: ସବୁ ବର୍ଷ ଭଳି ଏ ଥର ବି କାନ୍ସ ଫିଲ୍ମ ମହୋତ୍ସବରେ ଜଲ୍ୱା ଦେଖାଇଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କାନ୍ସ ରେଡ୍ କାର୍ପେଟ୍ରେ ତାଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କଳା ରଙ୍ଗର ଗାଉନ୍ରେ ନଜର ଆସିଥିଲେ । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବାରୁ ସେଥିରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିଲା । ତଥାପି ନିଜ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ୍ ଜରିଆରେ ଐଶ୍ୱର୍ଯ୍ୟା କାନ୍ସରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସୁନେଲି ରଙ୍ଗର ଫୁଲ ଖଚିତ ଲମ୍ବା ଗାଉନ୍କୁ ସମ୍ଭାଳିବା ପାଇଁ ଝିଅ ଆରାଧ୍ୟାଙ୍କ ସମେତ ୪ ଜଣିଆ ଏକ ଟିମ୍ ନିୟୋଜିତ ହୋଇଥିଲେ ।
ତାଙ୍କ ଗ୍ଲାମ୍ ସ୍କ୍ୱାଡ୍ ଗ୍ରୁପ୍ ଡ୍ରେସ୍କୁ ଧରି ଐଶ୍ୱର୍ଯ୍ୟାଙ୍କୁ ରେଡ୍ କାର୍ପେଟ୍ରେ ପହଞ୍ଚାଇବାରେ ସହଯୋଗ କରିଥିଲେ । ଐଶ୍ୱର୍ଯ୍ୟାଙ୍କର ଏହି ଲୁକ୍କୁ ମୋନୋକ୍ରୋମାଟିକ୍ ଲୁକ୍ କୁହାଯାଏ । କଳା ମୋନୋକ୍ରୋମାଟିକ୍ ଡ୍ରେସ୍କୁ ସେ ଧଳା ଶ୍ରଗ୍ ସହ କ୍ୟାରି କରିଥିଲେ । ଫାଲଗୁନୀ ଓ ଶେନ୍ ଡିଜାଇନର୍ ଯୋଡ଼ି ଏହି ଗାଉନ୍କୁ ଡିଜାଇନ୍ କରିଛନ୍ତି ।
୨୦୦୨ ମସିହାରୁ ଐଶ୍ୱର୍ଯ୍ୟା ପ୍ରାୟ ସବୁ କାନ୍ସ ମହୋତ୍ସବରେ ସାମିଲ ହୋଇ ଆସୁଛନ୍ତି । ଐଶ୍ୱର୍ଯ୍ୟାଙ୍କ ସମେତ ଶୋଭିତା ଧୁଲିପାଲା, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ମଧ୍ୟ କାନ୍ସ ରେଡ୍ କାର୍ପେଟ୍ରେ ନଜର ଆସିଛନ୍ତି । ସେହିପରି କିଆରା ଆଡ଼ଭାନି, ଅଦିତି ରାଓ ହୈଦରୀ, ପ୍ରତୀକ ବବ୍ୱର ଓ ଛାୟା କଦମ ମଧ୍ୟ ଚଳିତ କାନ୍ ମହୋତ୍ସବରେ ଯୋଗ ଦେବେ । କାନ୍ସର ରେଡ୍ କାର୍ପେଟ୍କୁ ବିଶ୍ୱର ସବୁଠୁ ବଡ଼ ଫ୍ୟାଶନ୍ ମଞ୍ଚ ବୋଲି କୁହାଯାଏ । ଏଠାରେ ଚାଲୁଥିବା ସେଲିବ୍ରିଟି ଫିଲ୍ମ ପ୍ରମୋସନ୍ ସହିତ ନୂଆ ଡିଜାଇନର୍ଙ୍କ ପୋଷାକ ପ୍ରଦର୍ଶନ କରନ୍ତି ।