ବାଲେଶ୍ବରରେ ବିଜେପିର ୫ ହେଭିଓ୍ବେଟ୍, ଶହ ଶହ ସମର୍ଥକଙ୍କ ସହ ରୋଡ୍ ଶୋ’ରେ ହେଲେ ସାମିଲ

Published By : Prameya-News7 Bureau | May 18, 2024 IST

ବାଲେଶ୍ବର ୧୮।୫: ବାଲେଶ୍ବର ସହରରେ ବିଜେପିର ହେଭିଓ୍ବେଟ୍ ନେତା   । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ପ୍ରତାପ ଷଡଙ୍ଗୀ ଏକାଠି ରୋଡ୍ ଶୋ’ କରିଥିଲେ । ହେଲିକାପ୍ଟର ଯୋଗେ ଓହ୍ଲାଇ ବିଜେପି ଲୋକସଭା କାର୍ଯ୍ୟାଳୟ ଯାଏଁ ରୋଡ୍ ଶୋ’ କରିଥିଲେ । ଲୋକସଭା ଅଫିସରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବା ବେଳେ ପ୍ରତିକ୍ରିୟା ରଖିଥିଲେ ହେଭିଓ୍ବେଟ୍ । ଏଥର ଓଡ଼ିଶାରେ ମୋଦୀ ଲହର ବହୁଛି । ଭାରତୀୟ ଜନତା ପାର୍ଟି ଲୋକସଭାରେ  ୨୧ରୁ ୨୧ ସିଟ୍‌ରେ ଜିତିବ । ଏହାସହ ଓଡ଼ିଶାରେ ପ୍ରଥମ କରି ବିଜେପିର ସରକାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରି ଯାଇଛନ୍ତି, ଆପଣ କଂଗ୍ରେସ ଓ ବିଜେଡ଼ିକୁ ଦଶକ ଦଶକ ଧରି ଅବସର ଦେଇଛନ୍ତି । ଥରେ ବିଜେପିକୁ ଅବସର ଦିଅନ୍ତୁ ଆମେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ । ଏହି କଥାକୁ ଓଡ଼ିଶା ଲୋକେ ବିଶ୍ୱାସକୁ ନେଇଛନ୍ତି । 

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ସିଟ୍‌ରେ ଜିତିବୁ, ଏହାସହ ୧୮ଟି ବିଧାନସଭା ଆସନରେ ଜିତିବୁ । ଓଡିଶାକୁ ନରେନ୍ଦ୍ର ମୋଦି ଗତ ୧୦ ବର୍ଷ ଭିତରେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାରେ ୩୪ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସର ଘର ଆସିଛି । ୫୫ ଲକ୍ଷ ମହିଳା ମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରାଯାଇଛି, ପିଇବା ପାଣି ପହଞ୍ଚିଛି । ଏସବୁକୁ ଦେଖିଲେ କଂଗ୍ରେସ ଓଡ଼ିଶାବାସୀଙ୍କୁ ବାରମ୍ବାର ନିରାଶ କରିଥିଲା । ଏମିତି କହିବା ସହ 5ଟି ଅଧକ୍ଷଙ୍କୁ କଟାକ୍ଷ କରିଛନ୍ତି । 

You Can Read :

ସତ୍ୟବାଦୀରେ ପାଣ୍ଡିଆନଙ୍କ ପ୍ରଚାର, ‘ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ କଲେ ଅପିଲ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.