LIVE TV

ବଡ଼ ବାପାର ନୃଶଂସ କାଣ୍ଡ : ଦୁର୍ଗା ପେଣ୍ଡାଲରୁ ଝିଅକୁ ଡାକି ନେଇ କଲେ ଏମିତି କାର୍ଯ୍ୟ ...

NEWS7
uncle misbehaved

ଗ୍ୱାଲିୟର : ନବରାତ୍ରରେ ଯେଉଁଠି ପୂରା ଦେଶ ମାତା ଦୁର୍ଗାଙ୍କ ଆରାଧନା ଓ କନ୍ୟା ପୂଜନରେ ଲାଗି ପଡ଼ିଛି , ସେହି ସମୟରେ ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ଘଟିଛି ଏକ ବିଭତ୍ସ ଘଟଣା। ୮ ବଷିୟା ଜଣେ ନିର୍ଦ୍ଦୋଷ ଝିଅ ସହ ତାର ନିଜ ବଡ଼ ବାପା ହିଁ ଦୁଷ୍କର୍ମ କରିଛନ୍ତି। ଝିଅଟି ଦୁର୍ଗା ପେଣ୍ଡାଲରେ ଖେଳୁ ଥିଲା, ସେତେବେଳେ ତାର ବଡ଼ ବାପା ତାକୁ ନିଜ ଘରକୁ ନେଇ ଗଲେ ଏବଂ ତା ସହ ଏମିତି ଘୃଣିତ କାର୍ଯ୍ୟ କରି ଥିଲେ। ସେ ଚୁପ୍‌ ରହିବାକୁ ମାରି ଦେବାର ଧମକ ମଧ୍ୟ ଦେଲେ। ଝିଅର ପୋଷାକରେ ରକ୍ତ ଲାଗିଥିବା ଦେଖି ତାର ମାଆ ଜାଣି ପାରିଲେ। ଝାନ୍ସି ରୋଡ୍‌ ଥାନା ପୁଲିସ ଏଫଆଇଆର ରୁଜୁ କରି ଅଭିଯୁକ୍ତ ବଡ଼ ବାପାଙ୍କୁ ଗିରଫ କରିଛି।

ଘଟଣା ସହରର ଝାନ୍ସି ରୋଡ୍‌ ଥାନା ସ୍ଥିତ ନାକା ଚନ୍ଦ୍ରବଦନୀରେ ଘଟିଛି। ଏଠାରେ ମାଆ ଦୁର୍ଗାଙ୍କର ସ୍ଥାପନା ହୋଇଛି। ନିକଟରେ ରହୁଥିବା ୮ ବର୍ଷିୟା ନାବାଳିକା ମାତାଙ୍କ ପେଣ୍ଡାଲରେ ଖେଳୁ ଥିଲା। ଆଳତି ଆରମ୍ଭ ହେବାକୁ ଥିଲା, ସେତେବେଳେ ସେଠାରେ ନାବାଳିକାର ୪୫ ବର୍ଷିୟ ବଡ଼ ବାପା ପହଞ୍ଚି ଥିଲେ ଏବଂ ତାକୁ କହିଥିଲେ ତୋର ଭାଇ ଡାକୁଛି। ନାବାଳିକା ଜଣକ ଦୌଡ଼ି ଦୌଡ଼ି ବଡ଼ ବାପାଙ୍କ ଘରେ ପହଞ୍ଚି ଗଲେ , ହେଲେ ସେଠାରେ ଭାଇ ନଥିଲା। ସେତେବେଳେ ପଛରେ ଯାଇ ବଡ଼ ବାପା ପହଞ୍ଚି ଗଲେ। ନାବାଳିକା କହିଲେ ତୁମେ ମିଛ କାହିଁକି କହିଲ , କିନ୍ତୁ ତା କଥାକୁ ବଡ଼ ବାପା ଅଣଦେଖା କରି ତାଙ୍କୁ ରୁମ୍‌ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ଧମକାଇ ଘରକୁ  ପଠାଇ ଦେଲେ।

ଝିଅଟି ନିଜର ବଡ଼ ଭଉଣୀ ଓ ସାନ ଭାଇ ସହ ସ୍କୁଲ ଚାଲି ଗଲା। ସେଠାରେ, ମାଆ ତାର ପୋଷାକ ସଫା କରୁଥିବା ବେଳେ ପାଇଜାମାରେ ରକ୍ତର ଦାଗ ଦେଖିଲେ। ସେ ସିଧା ସ୍କୁଲରେ ପହଞ୍ଚିଲେ ଏବଂ ଝିଅକୁ ନେଇ ଘରକୁ ଆସିଲେ। ତାକୁ ଯେତେବେଳେ ପଚାରିଲେ ସେ ସବୁ କଥା କହି ଥିଲା। ସେ ଏହା ମଧ୍ୟ କହିଥିଲା ଯେ,ରାତିରେ ପେଟରେ ଯନ୍ତ୍ରଣା ହୋଇ ଥିଲା,କିନ୍ତୁ ମାଆଙ୍କର ତାଗିଦ ଡ଼ରରେ ସେ କହି ନଥିଲା।

ନାବାଳିକାଙ୍କ ମାଆ ଘଟଣା ବିଷୟରେ ଜାଣିବା ପରେ ଝାନ୍ସି ରୋଡ୍‌ ଥାନାରେ ପହଞ୍ଚି ପୁଲିସକୁ ପୂରା ଘଟଣା ଜଣାଇ ଥିଲେ। ଏହାସହ କହିଥିଲେ ଯେ କିଛି ଦିନ ପୂର୍ବେ ମଧ୍ୟ ବଡ଼ ବାପା ଏମିତି ନୃଶଂସ କାର୍ଯ୍ୟ କରି ଥିଲେ, ସେତେବେଳେ ନାବାଳିକାଙ୍କ ମାଆ ଦେଢଶୂରଙ୍କୁ ଚେତାବନୀ ଦେଇଥିଲେ, କିନ୍ତୁ ଦ୍ୱିତୀୟ ଥର ପୁଣି ଏମିତି କାର୍ଯ୍ୟ କରିବାରୁ ଅଭିଯୋଗ କଲେ । ତାଙ୍କର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ସେହି ବ୍ୟକ୍ତିକୁ ଗିରଫ କରାଯାଇଛି।