ନୂଆଦିଲ୍ଲୀ ଚାର୍ଲି କିର୍କଙ୍କ ହତ୍ୟାକାରୀ ଅଭିଯୁକ୍ତ ଟାଇଲର ରବିନସନ ଅଧିକାରୀଙ୍କୁ କୌଣସି ପ୍ରକାରର ସହଯୋଗ କରୁ ନାହିଁ।ସେ ଏବେ ମଧ୍ୟ ହେପାଜତରେ ଅଛି ଏବଂ ଅଭିଯୁକ୍ତ ଭାବେ ଦୋଷାରୋପ ହେବାକୁ ଅପେକ୍ଷା କରି ବସିଛି। ଉଟାହ ରାଜ୍ୟପାଳ ସ୍ପେନ୍ସର କକ୍ସ ରବିବାର  ଏକଥା କହିଛନ୍ତି। ବୁଧବାର ଦିନ ଏକ ଆଉଟଡୋର୍ କାର୍ଯ୍ୟକ୍ରମ ବେଳେ , ରବିନସନ୍ କାହିଁକି ୟୁଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର ଛାତ ଉପରକୁ ଚଢ଼ି ଥିଲେ ଏବଂ ରକ୍ଷଣଶୀଳ ରାଜନୈତିକ ସମାଲୋଚକ ଚାର୍ଲି କିର୍କଙ୍କ ବେକକୁ କିଛି ଦୂରରୁ ଗୁଳି କରିଥିଲେ। ତଦନ୍ତକାରୀମାନେ ଏକଥା ଖୁଲାସା ଏପର୍ଯ୍ୟନ୍ତ କରି ପାରି ନାହାଁନ୍ତି।

କକ୍ସ କହିଛନ୍ତି , ୨୨ ବର୍ଷିୟ ରବିନ୍ସନ ଉପରେ ମଙ୍ଗଳବାର ଔପଚାରିକ ଭାବେ ଅଭିଯୋଗ ଲଗାଯିବ। ରିପବ୍ଲିକାନ ଗଭର୍ଣ୍ଣର ଖୁଲାସା କରିଛନ୍ତି ଯେ,ଅଭିଯୁକ୍ତ ଯାଞ୍ଚକାରୀଙ୍କ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରି ନାହିଁ। ରିପବ୍ଲିକାନ ଗଭର୍ଣ୍ଣର ଏବିସିର କାର୍ଯ୍ୟକ୍ରମ ଦିସ୍ ୱିକ୍‌ରେ କହିଛନ୍ତି , ସେ ସହଯୋଗ କରୁନାହିଁ , କିନ୍ତୁ ତାଙ୍କ ପାଖର ସବୁ ଲୋକ ସହଯୋଗ କରୁଥିଲେ, ଏବଂ ମୋର ବିଶ୍ୱାସ ଯେ, ଏହା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ।

ଗଭର୍ଣ୍ଣର କକ୍ସଙ୍କ ଅନୁସାରେ, ରବିନ୍ସନ କଥା ହେବାକୁ ମନା କରିଦେଇଛି, କିନ୍ତୁ ଜଣେ ବ୍ୟକ୍ତି ଯିଏ ତଦନ୍ତକାରୀଙ୍କ ସହ କଥାବାର୍ତ୍ତା ହେଉଛି , ସେ ତାର ରୁମ୍‌ମେଟ୍ ଓ ଜଣେ ରୋମାଣ୍ଟିକ ପାର୍ଟନର ମଧ୍ୟ ଥିଲା। ସେ ମଧ୍ୟ କହିଛନ୍ତି ଏହି ରୁମ୍‌ମେଟ୍‌ ଜଣେ ପୁରୁଷରୁ ମହିଳାରେ ପରିବର୍ତ୍ତନ ହୋଇଛି ଏବଂ ତାର ଖୁବ୍‌ ସହଯୋଗୀ ଭାବେ ରହିଥିଲା।

ଉଲ୍ଲେଖନୀୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସହଯୋଗୀ ତଥା ରୁଢିବାଢୀ ଛାତ୍ର ଗୋଷ୍ଠୀ ଟର୍ନିଂ ପଏଣ୍ଟ ୟୁଏସଏର ସହ-ପ୍ରତିଷ୍ଠାତା ଚାର୍ଲି କିର୍କଙ୍କର, ୟୁଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ବେଳେ ଗୋଟିଏ ରାଇଫଲରେ ଗୁଳି କରି ହତ୍ୟା କରାଯାଇ ଥିଲା, ଏହା ସଲ୍ଟ ଲେକ୍ ସିଟି ଠାରୁ ପ୍ରାୟ ୪୦ ମାଇଲ ଦକ୍ଷିଣ ( ୬୫ କିଲୋମିଟର) ଦୂରରେ ଓରେମରେ ତିନି ହଜାର ଲୋକେ ଯୋଗ ଦେଇଥିଲେ। ଉକ୍ତ ହତ୍ୟାକାଣ୍ଡରେ ଆମେରିକାରେ ରାଜନୈତିକ ହିଂସା ବୃଦ୍ଧି ପାଇବା ଏବଂ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀଙ୍କ ମଧ୍ୟରେ ବିଭାଜନ ଆହୁରି ଗଭୀର ହେବାର ଆଶଙ୍କା ସୃଷ୍ଟି କରିଛି।