ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ରାଜ୍ୟର ସବୁ ସରକାରୀ କାର୍ଯ୍ୟକ୍ରମ ଓ ଅଧିକାରୀକ ସମାରୋହରେ ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ ବାଧ୍ୟତାମୂଳକ କରିଛନ୍ତି। ତେବେ କର୍ଣ୍ଣାଟକର କଂଗ୍ରେସ ସରକାର ଆଦେଶ ଜାରି କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ଜାତୀୟ ଗୀତର କେବଳ ଦୁଇ ଛନ୍ଦ ଗାୟନ ହେବ। ହେଲେ ଏହି ଆଦେଶରେ ଏ କଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ଯେଉଁ କାର୍ଯ୍ୟକ୍ରମର ପ୍ରତିନିଧିତ୍ୱ କେନ୍ଦ୍ର ସରକାର କରୁଥିବେ ସେଥିରେ ବନ୍ଦେ ମାତରମର ସମସ୍ତ ୬ଟି ଛନ୍ଦ ଗାନ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ କର୍ଣ୍ଣାଟକର ଡି.କେ.ଶିବ କୁମାର ସରକାର ଏହି ଆଦେଶ କେନ୍ଦ୍ର ସରକାରଙ୍କ ସେହି ନିର୍ଦ୍ଦେଶ ପରେ ଜାରି ହୋଇଛି ଯେଉଁଥିରେ ବନ୍ଦେ ମାତରମର ସମସ୍ତ ୬ଟି ଛନ୍ଦ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ଆଦେଶରେ ଏହା ବି କୁହାଯାଇଛି ଯେ ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ରାଷ୍ଟ୍ରବାଦ, ଏକତା ଓ ଦେଶ ଭକ୍ତିକୁ ପ୍ରୋତ୍ସାହିତ କରିବାରେ ଏହି ଗୀତର ଉଲ୍ଲେଖନୀୟ ଯୋଗଦାନ ଥିଲା। ତେବେ ଗତ ମାସରେ କଂଗ୍ରେସ କାର୍ଯ୍ୟକାରିଣୀ ୧୯୩୭ରେ ଦଳର ସେହି ପ୍ରସ୍ତାବକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଯେଉଁଥିରେ ପାର୍ଟି କାର୍ଯ୍ୟକ୍ରମରେ କେବଳ ଗୀତର ୨ଟି ଶ୍ଳୋକ ଆବୃତ୍ତି କରାଯିବ।

୮ ସେପ୍ଟେମ୍ବର ୨୦୨୬ କର୍ଣ୍ଣାଟକ ସରକାରଙ୍କ ଆଦେଶ ଅନୁସାରେ ଏହି ନିଷ୍ପତ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ଜାରି ଦିଶା ନିର୍ଦ୍ଦେଶ ଆଧାରରେ ନିଆଯାଇଛି। ଏହି ଆଦେଶ କର୍ଣ୍ଣାଟକ ରାଜ୍ୟପାଳଙ୍କ ନାମରେ ଜାରି ହୋଇଛି। କନ୍ନଡ ଭାଷାରେ ଜାରି ଆଦେଶ ଅନୁସାରେ ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ ରାଷ୍ଟ୍ରଗୀତ ବନ୍ଦେ ମାତରମ ଅଧିକାରୀକ ସଂସ୍କରଣ ଓ ବିଭିନ୍ନ ସରକାରୀ ଏବଂ ସାର୍ବଜନିକ କାର୍ଯ୍ୟକ୍ରମରେ ଏହି ଗାୟନ ଓ ବାଦନ ସମ୍ପର୍କରେ ଗାଇଡଲାଇନ ଜାରି କରିଛନ୍ତି। ଯାହାକୁ ଅବସର ଅନୁସାରେ ପାଳନ କରାଯିବା ଉଚିତ।