ଘର ଭଡ଼ା ଖୋଜୁଛନ୍ତି କି ? ରୁହନ୍ତୁ ସଜାଗ, ବୁଲୁଛନ୍ତି ଠକ...

Published By : Prameya-News7 Bureau | April 08, 2024 IST

ଭୁବନେଶ୍ୱର ୦୮।୦୪ : ସାବଧାନ । ମାତିଛନ୍ତି ଠକ । ରାଜଧାନୀରେ ଆପଣ ଘର ଭଡ଼ା ଖୋଜୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସଜାଗ ।  ନହେଲେ ଘର ଦେଖାଇବା ନାଁରେ ଆପଣଙ୍କ ଠାରୁ ହଜାର ହଜାର ଟଙ୍କାର ଠକେଇ କରିପାରନ୍ତି ଠକ । ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଦୁଇ ଜଣ ଠକଙ୍କୁ ଗିରଫ ପରେ ଏପରି ସତ୍ୟାସତ୍ୟ ପଦାକୁ ଆସିଛି । 

ଯାଜପୁରରୁ ଦୁଇ ଜଣ ଠକଙ୍କୁ ବାନ୍ଧିଛି ସହିଦନଗର ଥାନା ପୋଲିସ । ସେମାନଙ୍କୁ ଜେରା ପରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି କୌଣସି ଲୋକ OLXରେ ଘର ଭଡା ଖୋଜୁଛନ୍ତି କି ବିଜ୍ଞାପନ ଦେଉଛନ୍ତି। ଗିରଫ ହୋଇଥିବା ଠକମାନେ ଗ୍ରାହକମାନଙ୍କୁ ବିଭିନ୍ନ ଘରର ଫଟୋ ପଠାଉଥିଲେ । ଆଉ ଘର ଦେବାକୁ କହି ଅଗ୍ରୀମ ହିସାବରେ ୭ରୁ ୧୫ ହଜାର ଟଙ୍କା ନେଉଥିଲେ । ଏହାପରେ ଆଉ ଗ୍ରାହକଙ୍କୁ ଧରାଛୁଆଁ ଦେଉନଥିଲେ । ଏପିରିକି ଉପରୋକ୍ତ ଅଞ୍ଚଳରୁ ଚମ୍ପଟ ମାରୁଥିଲେ । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏହି ଦୁଇ ଠକଙ୍କୁ ଗିରଫ କରିଛି । ସେମାନଙ୍କୁ ଜେରା ମଧ୍ୟ କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.