୮୦୦ VIP ଅତିଥି ସହ କ୍ରୁଜ୍‌ରେ ହେବ ଅନନ୍ତ-ରାଧିକାଙ୍କ ଦ୍ଵିତୀୟ ପ୍ରି-ୱେଡିଂ, ସାମ୍ନାକୁ ଆସିଲା ପୂରା ଡିଟେଲ୍ସ

Published By : Prameya-News7 Bureau | May 22, 2024 IST

ମୁମ୍ଵାଇ ୨୨।୦୫: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ଵାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ବର୍ତ୍ତମାନ ତାଙ୍କ ପୁଅର ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ନିକଟରେ ଅନନ୍ତ-ରାଧିକା ବିବାହ ପୂର୍ବ କାର୍ଯ୍ୟ ଜାମନଗରରେ ମାର୍ଚ୍ଚ ୧-୩ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ସେଥିରେ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ବିଦେଶୀ ସେଲିବ୍ରିଟିମାନେ ମଧ୍ୟ ଏହି ଗ୍ରାଣ୍ଡ ଇଭେଣ୍ଟରେ ଭାଗ ନେଇଥିଲେ। ବର୍ତ୍ତମାନ ଦୁହିଁଙ୍କର ଦ୍ୱିତୀୟ ପ୍ରିୱେଡିଂ ସେଲିବ୍ରେସନ ହେବାକୁ ଯାଉଛି ।  



ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ବିବାହ କାର୍ଯ୍ୟ ଜୁଲାଇ ୬ ରୁ ୧୨ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ଦୁହେଁ ଦ୍ୱିତୀୟ ପ୍ରି-ୱେଡିଂର ହେବ। ଯାହା ୨୯ ମେରୁ ୧ ଜୁନ୍ ପର୍ଯ୍ୟନ୍ତ ଚାଲିବ। ତାହା ପୁଣି ଇଟାଲୀରେ ଆରମ୍ଭ ହୋଇ ସ୍ୱିଜରଲ୍ୟାଣ୍ଡରେ ଶେଷ ହେବ ।  ମିଡିଆ ରିପୋର୍ଟ ଅନୁଯାୟୀ, ରାଧିକା ଏବଂ ଅନନ୍ତ ଅମ୍ବାନୀଙ୍କ ଏହି ଗ୍ରାଣ୍ଡ ପାର୍ଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ବିଳାସପୂର୍ଣ୍ଣ ପାର୍ଟି ଏକ ବିଳାସପୂର୍ଣ୍ଣ କ୍ରୁଜରେ ଆୟୋଜିତ ହେବ। କପଲଙ୍କ ଏହି କ୍ରୁଜ୍ ଥିମ୍ ଆଧାରିତ ସମାବେଶରେ ୮୦୦ ଭିଆଇପି ଅତିଥି ଯୋଗଦେବେ।  ଅମ୍ବାନୀଙ୍କ ଏହି ଗ୍ରାଣ୍ଡ ପାର୍ଟିର ବିଷୟବସ୍ତୁକୁ 'ସ୍ପେସ୍' ଭାବରେ ରଖାଯାଇଛି । ଏଥିପାଇଁ ରାଧିକାଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୋଷାକ ତିଆରି କରାଯାଇଛି । 

ପୂର୍ବ କାର୍ଯ୍ୟକ୍ରମର ଖର୍ଚ୍ଚ ପ୍ରାୟ ୧୨୦୦ କୋଟି ଟଙ୍କା ବୋଲି କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଯୋଜନା ଏବଂ ବ୍ୟବସ୍ଥା ଅନୁଯାୟୀ ଏଥର ଏହି ଖର୍ଚ୍ଚ ଦ୍ୱିଗୁଣିତ ହୋଇପାରେ। ଏହି ତିନି ଦିନିଆ ଇଭେଣ୍ଟ ଅତ୍ୟନ୍ତ ବ୍ୟକ୍ତିଗତ ରଖାଯିବ ଏବଂ ଅତିଥିମାନଙ୍କ ପାଇଁ ନୋ-ଫୋନ୍ ପଲିସି ରହିବ । ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କ ବ୍ୟତୀତ ପରିବାର ବାକି ସଦସ୍ୟ ଏବେ ଲଣ୍ଡନରେ ରହିଛନ୍ତି। ସେହିପରି ଅନନ୍ତ-ରାଧିକାଙ୍କ କ୍ରୁଜ ପାର୍ଟିରେ ଅନେକ ନାମୀଦାମୀ ବଲିଉଡ ସେଲିବ୍ରେଟୀ ମଧ୍ୟ ଉପସ୍ଥିତି ରହିବେ। ବାହାଘର ବେଳେ ପ୍ରାଇଭେସିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। କେହି ବି ଫୋନ ବ୍ୟବହାର କରିପାରିବେ ନାହିଁ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.